ପାଟନା : ବିହାରରେ ଏବେ ଏନ୍ସେଫାଲାଇଟିସ୍ ଆତଙ୍କ ଖେଳାଇ ଦେଇଛି। ଏଇଏସ୍ (ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍) ହେତୁ ଉତ୍ତର ବିହାରର ମୁଜାଫରପୁର ଜିଲ୍ଲାରେ ୩୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାରେ ଶିଶୁ ମୃତ୍ୟୁହାର ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଏବେ ସ୍ଥିତି ସମୀକ୍ଷା ପାଇଁ ମୁଜାଫରପୁରକୁ ଏକ ଡାକ୍ତରୀ ଦଳ ଏବଂ ମେଡିକାଲ ବିଶେଷଜ୍ଞଙ୍କୁ ପଠାଯାଇଛି। ଗତ ରାତି ସୁଦ୍ଧା ୨୮ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉତ୍ତମ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଅସ୍ଥାୟୀ ୱାର୍ଡ ସହ ଦୁଇଟି ଆଇସିୟୁ ଖୋଲା ଯାଇଛି। ମୁଜାଫରପୁରର ଏସକେଏମ୍ସିଏଚ୍ (ଶ୍ରୀ କୃଷ୍ଣ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍) ଏବଂ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଏବେ ସନ୍ଦିଗ୍ଧ ଏଇଏସ୍ ରୋଗୀଙ୍କ ସଂଖ୍ୟା ୮୧ ଥିବା ଜଣାପଡ଼ିଛି। ଗତ କିଛି ଦିନ ମଧ୍ୟରେ ପ୍ରାୟ ୪୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇ ସାରିଛି।
ଏନ୍ସେଫାଲାଇଟିସ୍ରେ ୩୦ରୁ ଅଧିକ ଶିଶୁ ମୃତ
Advertisment
Follow Us