ଶାହାଙ୍କ ଶାହୀ ଭୋଜନ : ଏକଜିଟ୍‌ ପୋଲ ପରେ ଏନ୍‌ଡିଏ ନେତାମାନଙ୍କ ପାଇଁ ସ୍ବାଦିଷ୍ଟ ଭୋଜନର ଅୟୋଜନ କରିଥିଲେ ଶାହା, ଏହି ସବୁ ଖାଦ୍ୟ ଥିଲା ସାମିଲ

ଶାହାଙ୍କ ଶାହୀ ଭୋଜନ : ଏକଜିଟ୍‌ ପୋଲ ପରେ ଏନ୍‌ଡିଏ ନେତାମାନଙ୍କ ପାଇଁ  ସ୍ବାଦିଷ୍ଟ ଭୋଜନର ଅୟୋଜନ କରିଥିଲେ ଶାହା, ଏହି ସବୁ ଖାଦ୍ୟ ଥିଲା ସାମିଲ

jansatta.com

ନୂଆଦିଲ୍ଲୀ : ରବିବାର ଏକଜିଟ୍‌ ପୋଲର ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ପୁଣି ଥରେ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଥିଲା । ଏହି ଖବର ମିଳିବା ପରେ ଉତ୍ସାହିତ ହୋଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶାହି ଭୋଜନର ଅୟୋଜନ କରିଥିବା ଜଣାପଡ଼ିଛି । ଅନ୍ତିମ ଫଳାଫଳର ଦୁଇ ଦିନ ପୂର୍ବରୁ ଶାହା ଏନ୍‌ଡିଏର ଦିଗ୍ଗଜ ନେତାମାନଙ୍କୁ ସ୍ୱାଦିଷ୍ଟ ଭୋଜନ କରାଇଥିଲେ । ଦିଲ୍ଲୀରେ ଅୟୋଜନ କରାଯାଇଥିବା ଏକ ଭୋଜିରେ .ନେତାଙ୍କ  ମନ ଜିଣିବାର ପ୍ରୟାସ କରାଯାଇଥିଲା । ଶାହାଙ୍କ ଏହି ଶାହି ଭୋଜନରେ ୩୫ ପ୍ରକାରର ଖାଦ୍ୟ ପରଶା ଯାଇଥିଲା । ମଙ୍ଗଳବାର କରାଯାଇଥିବା ଏହି ପାର୍ଟିରେ ଦିଗ୍ଗଜ ନେତାମାନଙ୍କ ପସନ୍ଦକୁ ଖାସ ଧ୍ୟାନ ଦିଆ ଯାଇଥିଲା ।

ଦିଲ୍ଲୀର ଅଶୋକା ହୋଟେଲରେ କରାଯାଇଥିବା ଏହି ପାର୍ଟିରେ, ଶିବସେନା ପ୍ରମୁଖ ଉଦ୍ଧବ ଠାକୁର, ଜେଡ଼ିୟୁ ଅଧ୍ୟକ୍ଷ ନୀତିଶ କୁମାର, ଶିରୋମଣି ଅକାଳି ଦଳର ପ୍ରକାଶ ସିଂହ ବାଦଲ ଏବଂ ତାଙ୍କ ପୁଅ ସୁଖ୍‌ବୀର ସିଂହ ବାଦଲ, ଲୋକ ଜନଶକ୍ତି ପାର୍ଟିର ରାମବିଲାସ ପାସଓ୍ଵନ ଏବଂ ଚିରାଗ ପାସଓ୍ଵାନ୍, ଏଆଇଏଡିଏମ୍‌କେରୁ ପଲାନିସ୍ୱାମୀ ଏବଂ ଓ ପନିରସେଲଭମ୍‌, ଅପନା ଦଳରୁ ଅନୁପ୍ରିୟା ପଟେଲ ଏବଂ ଆର୍‌ପିଆଇରୁ ରାମଦାସ ଅଠାବଲେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ବିଜେପି ନେତା ମଧ୍ୟ ଏହି ପାର୍ଟିରେ ସାମିଲ ହୋଇଥିଲେ ।

publive-image jansatta.com

ଭୋଜନରେ ପନୀର ପସନ୍ଦା, ଭେଜ୍‌ ବିରିୟାନୀ, ଆପଲ ଜଲେବୀ, ମାଲପୁଆ ରବଡ଼ୀ, ଦମ ଆଲୁ, ମଲାଇ ମେଥୀ, ଦହି ବରା, କୁଲଫି ସମେତ ୩୫ ବ୍ୟଞ୍ଜନ ପରଶା ଯାଇଥିଲା । ଏହା ସହ ମୋଦୀଙ୍କ ପସନ୍ଦକୁ ଧ୍ୟାନରେ ରଖି ଅନେକ ପ୍ରକାରର ଗୁଜରାଟୀ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe