Image Courtesy of NDTV
ଗାଜା: ସମଗ୍ର ବିଶ୍ବ ତାଙ୍କ ନିୟମାନୁସାରେ ଚାଲିବ ବୋଲି ହମାସ୍ କମାଣ୍ଡର୍ ମହମ୍ମଦ୍ ଅଲ୍-ଜହର୍ ଏକ ଭିଡିଓ ବାର୍ତ୍ତା କହିଥିବା କଥା କେତେକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ବରିଷ୍ଠ ହମାସ୍ କର୍ମକର୍ତ୍ତାମାନେ ଦିଶୁଥିବା ଥିବା ୧ ମିନିଟ୍ରୁ ଅଧିକ ସମୟର ଏହି ‘ଫୁଟେଜ୍’ ସମ୍ପ୍ରତି ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି। ଏଥିରେ ହମାସ୍ କମାଣ୍ଡର୍ଗୁରୁତ୍ବାରୋପ କରି କହିଛନ୍ତି ଯେ, ଇସ୍ରାଏଲ୍ ହେଉଛି ଗୋଟାଏ ପ୍ରାରମ୍ଭିକ ଲକ୍ଷ୍ୟ ମାତ୍ର। ସମଗ୍ର ବିଶ୍ବରେ ପ୍ରଭାବ ପରିବ୍ୟାପ୍ତ କରିବା ହେଉଛି ତାଙ୍କର ଟାର୍ଗେଟ୍।
ଉକ୍ତ ଭିଡିଓରେ ଜହର୍ କହିଛନ୍ତି, ଇସ୍ରାଏଲ୍ ହେଉଛି ପ୍ରଥମ ଟାର୍ଗେଟ୍ ମାତ୍ର। ସମଗ୍ର ବିଶ୍ବ ଆମ ନିୟମାନୁବର୍ତ୍ତୀ ହେବ। ସେଥିରେ ସେ ଆହୁରି ମଧ୍ୟ କହିଛନ୍ତି, ସମୁଦାୟ ୫୧୦ ନିୟୁତ ବର୍ଗକିଲୋମିଟର୍ ବିଶ୍ବ ଗୋଟିଏ ବ୍ୟବସ୍ଥା ମଧ୍ୟକୁ ଆସିବ ଯେଉଁଠି ପାଲେଷ୍ଟେନୀୟ ଓ ସମସ୍ତ ଆରବ ରାଷ୍ଟ୍ରମାନଙ୍କରେ ଥିବା ଆରବୀୟ, ଲେବାନନ୍, ସିରିଆ, ଇରାକ୍ ଓ ଅନ୍ୟାନ୍ୟ ଦେଶର ଲୋକମାନଙ୍କ ପ୍ରତି ହେଉଥିବା ଅବିଚାର, ଅତ୍ୟାଚାର, ହତ୍ୟା ଓ ଅପରାଧ ହେବ ନାହିଁ।
Image Courtesy of Business Todayଏହି ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବା ପରେ ପରେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ନେତାହନ୍ୟାହୁ କହିଲେ, ହମାସ୍ ହେଉଛି ଆତଙ୍କବାଦୀ ସଙ୍ଗଠନ। ଆମେ ସେମାନଙ୍କୁ ଦମନ କରିବୁ। ବିଶ୍ବ ଯେମିତି ଆତଙ୍କବାଦୀଙ୍କୁ ନିପାତ କରିଛି ଆମେ ସେମାନଙ୍କୁ ସେଭଳି ଧ୍ବଂସ କରିଦେବୁ।
ହମାସ୍କୁ ‘ଆଇଏସ୍ଆଇଏସ୍’ ସହିତ ତୁଳନା କରି ନେତାନ୍ୟାହୁ ସେମାନଙ୍କ ଆକ୍ରମଣର କେତୋଟି ଭୟାବହ କାଣ୍ଡର ଦୃଷ୍ଟାନ୍ତ ଦେବା ବେଳେ ସେମାନେ ଲୋକଙ୍କୁ ଜୀବନ୍ତ ପୋଡ଼ି ପକାଇଥିବା କଥା କହିଛନ୍ତି। ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ସହିତ ପ୍ରତ୍ୟେକ ଇସ୍ରାଏଲୀୟ ପରିବାରର ସମ୍ପର୍କ ଥିବା କଥା ସେ କହିଛନ୍ତି।
Follow Us