ଚୀନ୍‌ର ଅନୈତିକ ଆଚରଣ ବିରୋଧରେ ସମଗ୍ର ବିଶ୍ବ ଏକଜୁଟ ହେଉଛି: ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ

Advertisment
ଚୀନ୍‌ର ଅନୈତିକ ଆଚରଣ ବିରୋଧରେ ସମଗ୍ର ବିଶ୍ବ ଏକଜୁଟ ହେଉଛି: ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ

Image Courtesy of Reuters

ୱାସିଂଟନ୍: ସମଗ୍ର ବିଶ୍ବ ଚୀନ୍‌ର ଅନୈତିକ ଆଚରଣ ବିରୋଧରେ ଏକଜୁଟ ହେଉଛି ଓ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଯୁକ୍ତରାଷ୍ଟ୍ର ଆମେରିକା ସହ ମିଶି ବେଜିଙ୍ଗ୍‌କୁ ସବୁ କ୍ଷେତ୍ରରେ ପଛକୁ ଧକ୍କା ଦେବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି।

ଏଠରେ ଉଲ୍ଲେଖଯୋଗ୍ୟ କି, ଭିସା ନିଷେଧ, କଟକଣା ଏବଂ ଅନ୍ୟନ୍ୟା କଟକଣା ଜାରି କରି ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍ ଉପରେ ଚାପ ତୀବ୍ରତର କରୁଛି।

ମଙ୍ଗଳବାର ଦିନ ‘ଫକ୍ସ୍ ନିଉଜ୍’ରେ ସାକ୍ଷାତ୍କାର ସମୟରେ ପମ୍ପିଓ କହିଲେ, ମୋର ମନେହୁଏ ଆପଣମାନେ ଜାଣିପାରୁଥିବେ ଚୀନ୍‌ର କମ୍ୟୁନିଷ୍ଟ୍‌ ପାର୍ଟି ନୀତିନିଷ୍ଠ, ପରିପୂରକ ଏବଂ ସ୍ବଚ୍ଛଧାରେ ପ୍ରତିଦ୍ବନ୍ଦିତା କରିବାକୁ ମନାକରୁଛି ବୋଲି ମୋଟାମୋଟି ବୁଝିବା ପରେ ସମଗ୍ର ବିଶ୍ବ ଏକଜୁଟ ହେଲାଣି।

publive-image Image Courtesy of The New Indian Express

ଭାରତ ଦକ୍ଷିଣ ଚୀନ୍‌ ସାଗରରକୁ ଯୁଦ୍ଧପୋତ ‌ପଠାଇବା କଥା ଉପସ୍ଥାପକ ଲୋଉ ଡୋବ୍ସ୍‌ ଉଠାଇବାରୁ ପମ୍ପିଓ କହିଲେ, ଆମର ବନ୍ଧୁ ଭାରତ ହେଉ, ଆମର ବନ୍ଧୁ ଅଷ୍ଟ୍ରେଲିଆ ହେଉ, ଜାପାନ କିଂବା ଦକ୍ଷିଣ କୋରିଆର ବନ୍ଧୁମାନେ ହୁଅନ୍ତୁ, ସେମାନେ ସେମାନଙ୍କ ନିଜ ଲୋକମାନଙ୍କ ପ୍ରତି, ନିଜ ଦେଶ ପ୍ରତି ଥିବା ବିପଦ ବିଷୟରେ ହୃଦୟଙ୍ଗମ କରିସାରିଲେଣି। ଆପଣମାନେ ଦେଖିପାରୁଥିବେ, ଚୀନ୍‌କୁ ସବୁକ୍ଷେତ୍ରରେ ପଛକୁ ଧକ୍କା ଦେବା ନିମନ୍ତେ ସେମାନେ ଯୁକ୍ତରାଷ୍ଟ୍ର ଆମେରିକା ସହ ମିଳିତ ହେଉଛନ୍ତି।

ସୀମାନ୍ତରେ ଚୀନ୍ ସହ ଭାରତର ସଂଘର୍ଷ ଏବଂ ଦକ୍ଷିଣ ଚୀନ୍ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକା ନୌସେନା ସହ ସମ୍ପର୍କ ଓ ଚୀନ୍‌କୁ ମୁକାବିଲା କରିବାରେ ଆମେରିକା ଓ ଭାରତର ସମ୍ପର୍କ ପ୍ରସଙ୍ଗରେ ପମ୍ପିଓ କହିଲେ, ମୁଖ୍ୟ କଥା ହେଲା ଏହି ଯୁଦ୍ଧରେ ଆମର ମିତ୍ର ଓ ମିତ୍ର ଦେଶ ଅଛନ୍ତି। ଏହା ସ୍ଥାପନା କରିବାକୁ ଆମକୁ ଦୁଇ ବର୍ଷ ଲାଗିଛି। ଆମେ ପ୍ରକୃତ ଅଗ୍ରଗତି କରିଛୁ। ଆପଣମାନେ ଜାଣିପାରୁଥିବଳେ ଅନେକ ଦେଶ ‘ହୁଆୱେଇ’ରୁ ଓହରି ଗଲେଣି। ସେମାନେ ବିପଦ ଥିବା କଥା ସ୍ବୀକାର କରିବାର ଆପଣମାନେ ଦେଖିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe