୧୨ ଦେଶର ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା: ଦେଶର ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ମନା

ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ ପ୍ରଶାସନ । ତେବେ ଆମେରିକାକୁ ବିଦେଶୀ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି

fhvgkhfgkjhg

Photograph: (Sambad.in)

ଓ୍ଵାସିଂଟନ ଡିସି: ବିଦେଶୀ ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା । ୧୨ ଦେଶର ନାଗରିକଙ୍କ ପାଇଁ ଆମେରିକାରେ ନୋ ଏଣ୍ଟ୍ରି । ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକା ପ୍ରବେଶ ଉପରେ କଟକଣା ଲଗାଇଲେ ଟ୍ରମ୍ପ ପ୍ରଶାସନ ।

ଆଫଗାନିସ୍ତାନ, ମିଆଁମାର, କଙ୍ଗୋ, ଇରାନ, ଲିବିଆ, ସୋମାଲିଆ, ସୁଦାନ, ୟେମେନ, ହୈତି, ଇରିଟ୍ରିଆ, ଚାଡ଼, ଇକ୍ଵାଟୋରିଆଲ୍ ଗିନି ଉପରେ ଲାଗିଲା କଟକଣା । ଏଥିସହ ଅନ୍ୟ ୭ ଦେଶର ନାଗରିକଙ୍କ ଉପରେ ଆଶିଂକ କଟକଣା ଲଗାଯାଇଛି ।

ତେବେ ଆମେରିକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ ପ୍ରଶାସନ । ତେବେ ଆମେରିକାକୁ ବିଦେଶୀ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ବିଶ୍ବରେ ଆତଙ୍କବାଦ ବଢି ଚାଲିଥିବା ବେଳେ ଏହାର ମୂଳପୋଛ ପାଇଁ ସବୁ ବଡ଼ ବଡ଼ ଦେଶ ଏକାଠି ହେବାର ଆବଶ୍ୟକତା ରହିଛି ।

ନିକଟରେ ଭାରତ ଅପରେସନ ସିନ୍ଦୂର ଏବଂ ବିଶ୍ବରୁ ଆତଙ୍କବାଦର ମୂଳପୋଛ ପାଇଁ ବିଭିନ୍ନ ଦେଶ ବୁଲି ଏହି ପ୍ରସଙ୍ଗରେ ସ୍ବର ଉଠାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe