Photo: Aaj tak
ନୂଆଦିଲ୍ଲୀ: ନୂଆଦିଲ୍ଲୀ: ‘ଟେରି’ର ପୂର୍ବତନ ମୁଖ୍ୟ ତଥା ପରିବେଶବିଦ୍ ଆରକେ ପଚୌରୀଙ୍କ ଗୁରୁବାର ପରଲୋକ ହୋଇଯାଇଛି। ସେ ୭୯ ବର୍ଷ ବୟସର ଥିଲେ। ଆରକେ ପଚୌରୀଙ୍କ ପରଲୋକ ସଂପର୍କରେ ବର୍ତ୍ତମାନ ‘ଟେରି’ର ମହାନିର୍ଦ୍ଦେଶକ ଅଜୟ ମାଥୁର ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପଚୌରୀ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ସେ ଗତ ବର୍ଷ ଜୁଲାଇରେ ମେକ୍ସିକୋରେ ହୃଦଘାତର ସମ୍ମୁଖୀନ ହୋଇଥିଲେ। ଏହା ପରେ ଦିନିକୁ ଦିନ ସେ ଅସୁସ୍ଥ ଦେଖାଯାଇଥିଲେ। ନିଜର ପୂର୍ବତନ ସହଯୋଗୀଙ୍କ ଦ୍ୱାରା ଲଗାଯାଇଥିବା ଯୌନ ଉତ୍ପୀଡ଼ନ କାରଣୁରୁ ସେ ‘ଟେରି’ ମୁଖ୍ୟ ପଦ ଛାଡ଼ି ଦେଇଥିଲେ।
Follow Us