ଚୀନର ଆଉ ଏକ କାରସାଦି ! ବିଭିନ୍ନ ଦେଶର ଲୋକମାନଙ୍କୁ ପଠାଉଛି ରହସ୍ୟମୟ ମଞ୍ଜି

Advertisment
ଚୀନର ଆଉ ଏକ କାରସାଦି ! ବିଭିନ୍ନ ଦେଶର ଲୋକମାନଙ୍କୁ ପଠାଉଛି ରହସ୍ୟମୟ ମଞ୍ଜି

image credit : the guardian

ନୂଆଦିଲ୍ଲୀ : ଚୀନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଥିବାବେଳେ ଚୀନ ଆଉ ଏକ କାରସାଦି ଆରମ୍ଭ କରିଛି । ବିଭିନ୍ନ ଦେଶର ଲୋକମାନେ ପାର୍ସଲ ମାଧ୍ୟମରେ ଏକ ରହସ୍ୟମୟ ମଞ୍ଜି ପାଉଛନ୍ତି । ଏହି ପାର୍ସଲ ଚୀନରୁ ଆସୁଥିବା କୁହାଯାଉଛି । ଏହି ମଞ୍ଜି ମାଧ୍ୟମରେ ଚୀନ ଏକ ନୂଆ ପ୍ରକାରର ଜୈବ ଆତଙ୍କବାଦ ସୃଷ୍ଟି କରିବାକୁ ଚାହୁଁଥିବା ଅନୁମାନ କରାଯାଉଥିବାରୁ ତାହାକୁ ନେଇ ବିଭିନ୍ନ ଦେଶରେ ଚିନ୍ତା ପ୍ରକାଶ ପାଇଛି ।
ଏପରି ରହସ୍ୟମୟ ମଞ୍ଜି ଥିବା ପାର୍ସଲ ଆମେରିକା, ବ୍ରିଟେନ, ନ୍ୟୁଜିଲାଣ୍ଡ, କାନାଡା, ଜାପାନ ସମେତ ୟୁରୋପର କିଛି ଦେଶର ଲୋକମାନେ ପାଇଥିବା ଜଣାପଡ଼ିଛି ।
ଆମେରିକାର କୃଷି ବିଭାଗ କହିିଛି ଯେ ଏହି ରହସ୍ୟମୟ ମଞ୍ଜି ଚୀନରୁ ଆସିଛି । ଲୋକମାନେ ପ୍ରାୟ ୧୪ ପ୍ରକାରର ମଞ୍ଜି ପାଇଥିବା ବିଭାଗ ସ୍ପଷ୍ଟ କରିଛି । ଏପରି ମଞ୍ଜି ମିଳିଲେ ତାହାକୁ ଜମିରେ ନ ପୋତିବାକୁ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବିଭିନ୍ନ ଦେଶର କୃଷି ବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷାକୁ ହାନୀ ପହଞ୍ଚାଇବାକୁ ଏପରି ଷଡ଼ଯନ୍ତ୍ର କରାଯାଉଛି ବୋଲି ଆମେରିକା ସଂଦେହ କରୁଛି । ତେବେ ଚୀନ ଏହାକୁ ଖଣ୍ଡନ କରିଛି ।
ଅନ୍ୟପକ୍ଷରେ ଏସବୁ ରହସ୍ୟମୟ ମଞ୍ଜି ସଂପର୍କରେ ଭାରତ ସରକାର ସତର୍କ ହୋଇଉଠିଛନ୍ତି । ଭାରତୀୟ ଜାତୀୟ ବୀଜ ସଂଘ (ଏନଏସଏଆଇ) ପକ୍ଷରୁ ଏ ନେଇ ସରକାରଙ୍କୁ ସତର୍କ କରିବା ସହ ଏହା ଯେପରି ଜମିରେ ନ ପହଞ୍ଚେ ସେ ନେଇ ପଦକ୍ଷେପ ନେବାକୁ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe