ଇପିଏଫ୍‌ ସୁଧ ୮.୫୫%କୁ ଖସିଲା

Advertisment
ଇପିଏଫ୍‌ ସୁଧ ୮.୫୫%କୁ ଖସିଲା

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ୨୦୧୭-୧୮ ବର୍ଷ ପାଇଁ ସୁଧ ହାର ୮.୫୫%କୁ ହ୍ରାସ କରାଯାଇଛି। ପୂର୍ବ ବର୍ଷ ଏହା ୮.୬୫% ହାରରେ ସୁଧ ଦେଇଥିଲା। ଚଳିତ ବର୍ଷ ପାଇଁ ସେଥିରେ ୦.୧୦% ହ୍ରାସ କରାଯାଇଛି। ଇପିଏଫ୍‌ଓର ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆମେ ଯେଉଁ ସୁଧ ହାର ଧାର୍ଯ୍ୟ କରିଛୁ ତାହାକୁ ଅର୍ଥ ମନ୍ତ୍ରଣାଳୟ ଗ୍ରହଣ କରିବ ବୋଲି ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର କହିଛନ୍ତି।

ଟ୍ରଷ୍ଟି ବୋର୍ଡ ସୁଧ ହାରର ଯେଉଁ ନିଷ୍ପତ୍ତି ନେଇଥାଏ ଯାହାକୁ ଅର୍ଥ ମନ୍ତ୍ରଣାଳୟ ଗ୍ରହଣ କଲେ ତାହାର ବିଜ୍ଞପ୍ତି ପ୍ରକାଶ ପାଏ ଏବଂ ସେହି ହାରରେ ଇପିଏଫ୍‌୍‌ଓ ସଦସ୍ୟମାନଙ୍କୁ ସୁଧ ମିଳିଥାଏ। ନୂତନ ସୁଧ ହାରକୁ ନେଇ ଶ୍ରମିକ ସଂଗଠନଗୁଡ଼ିକ ସହମତ ହେବେ ବୋଲି ଶ୍ରୀ ଗଙ୍ଗଓ୍ଵାର ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe