ୱାସିଂଟନ: ରମଜାନ୍ ଅତି ଗୁରୁତ୍ୱପୂର୍ଣ୍ଣ ମାସ। ଏହି ମାସରେ ଲୋକେ ଆଶା, ସହନଶୀଳତା ଏବଂ ଶାନ୍ତି ପାଇଁ ମିଳିତ ହୁଅନ୍ତି। ଆମେରିକାର ହ୍ୱାଇଟ୍ ହାଉସ୍ରେ ମୁସଲିମ୍ ସଦସ୍ୟ ଏବଂ କୂଟନୀତିଜ୍ଞଙ୍କ ପାଇଁ ଆୟୋଜିତ ହୋଇଥିବା ଇଫ୍ତାର ଭୋଜି ସମାବେଶରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହା କହିଛନ୍ତି। ସୋମବାରର ଇଫ୍ତାର ଭୋଜିରେ ଟ୍ରମ୍ପ୍ କହିଛନ୍ତି, ରମଜାନ୍ ସାରା ବିଶ୍ୱର ମୁସଲିମ୍ଙ୍କ ପାଇଁ ଏକ ପବିତ୍ର ମାସ। ଏହି ମାସରେ ମୁସଲିମ୍ମାନେ ପ୍ରାର୍ଥନା ଏବଂ ଅାଧ୍ୟାତ୍ମିକ ଜୀବନ ଉପରେ ଗୁରୁତ୍ୱ ଦେଇ ସୂର୍ଯେ୍ୟାଦୟ ଠାରୁ ସୂର୍ଯ୍ୟାସ୍ଥ ପର୍ଯ୍ୟନ୍ତ ଉପବାସ ପାଳନ କରନ୍ତି। ଏହି ସମୟ ଅନ୍ୟମାନଙ୍କ ପାଇଁ ଦାନ ଏବଂ ସେବା କରିବାର ସମୟ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ସମୟ ଯେତେବେଳେ ପରିବାର, ପଡୋଶୀ ଏବଂ ସମ୍ପ୍ରଦାୟ ଏକାଠି ହୁଅନ୍ତି। ଏହି ମନୋଭାବ ନେଇ ଆଜି ଆମେ ଏକାଠି ହୋଇ ଦୈନିକ ଉପବାସ ଭଙ୍ଗ କରୁଛେ ବୋଲି ଟ୍ରମ୍ପ୍ କହଛନ୍ତି।
ଟ୍ରମ୍ପ୍ ଆହୁରି ମଧ୍ୟ କହିଛନ୍ତି, କିଛି ସପ୍ତାହ ହେଲା ସମସ୍ତେ ଘଡିସନ୍ଧି ମୁହୂର୍ତ ଦେଇ ଗତି କରୁଛନ୍ତି। ଏହି ସମୟ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଆତଙ୍କବାଦୀ ଆକ୍ରମଣରେ ନିହତ ମୁସଲିମ୍, ଖ୍ରୀଷ୍ଟିଆନ୍, ଜିଉ ଏବଂ ଈଶ୍ୱରଙ୍କ ଅନ୍ୟ ସନ୍ତାନଙ୍କ ବିୟୋଗରେ ସମସ୍ତଙ୍କ ହୃଦୟ ଦୁଃଖରେ ମ୍ରିୟମାଣ ବୋଲି ଟ୍ରମ୍ପ୍ କହିବା ସହ ଆତଙ୍କବାଦର ନିପାତ ପାଇଁ ସଂକଳ୍ପ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us