ଏମବିବିଏସ ପାଠ୍ୟକ୍ରମରେ ମହାମାରୀ ପରିଚାଳନା

ଏମବିବିଏସ ପାଠ୍ୟକ୍ରମରେ ମହାମାରୀ ପରିଚାଳନା

Macau News

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଉଛି। ଏହି କ୍ରମରେ ଏମବିବିଏସ୍ ପାଠ୍ୟକ୍ରମରେ ୮୦ ଘଣ୍ଟାର ମହାମାରୀ ପରିଚାଳନା ବିଷୟବସ୍ତୁକୁ ସାମିଲ କରାଯାଇଛି।

ନୂଆ ଶିକ୍ଷା ବର୍ଷରୁ ପ୍ରସ୍ତାବିତ ନୂଆ ପାଠ୍ୟକ୍ରମ ସମସ୍ତ ଏମବିବିଏସ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନିବାର୍ଯ୍ୟ ହେବ। ପାଠ୍ୟକ୍ରମରେ ରୋଗର ଇତିହାସରୁ ରୋଗର ଉପଚାର ପର୍ଯ୍ୟନ୍ତ, ତଥା ସାମାଜିକ ଆଇନଗତ ପ୍ରଭାବର ଅଧ୍ୟୟନ ସାମିଲ ରହିଛି। ଆଇସିଏମଆରର ବୋର୍ଡ ଅଫ୍ ଗଭନର୍ସ ପକ୍ଷରୁ ଏହି ପାଠ୍ୟକ୍ରମ ବିସ୍ତୃତ ସୂଚନା ଜାରି କରାଯାଇଛି। କରୋନା ଦୃଷ୍ଟିରୁ ଡାକ୍ତରମାନଙ୍କୁ ପ୍ରଶିକ୍ଷିତ କରାଯିବା ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଛି। ପାଠ୍ୟକ୍ରମରେ ପ୍ରଥମ ଦୁଇ ଘଣ୍ଟା ଫାଉଣ୍ଡେସନ୍ କୋର୍ସ ରଖାଯାଇଛି। ଏତଦବ୍ୟତୀୟ ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ, ନମୁନା ସଂଗ୍ରହ, କ୍ବାରେନଟାଇନ୍ ହୋମ ଆଇସୋଲେସନ୍, ଉପଚାର ଭଳି ବିଷୟବସ୍ତୁ ଏମବିବିଏସ୍‌ ପାଠ୍ୟକ୍ରମରେ ସାମିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe