ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ  କମିଟି ଗଠନ କରିଛନ୍ତି ଯାହା ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ସମାନ ସୁଯୋଗ, ଅନ୍ତର୍ଭୁକ୍ତ ଚିକିତ୍ସା ସେବା ସହିତ ସୁରକ୍ଷା  ଟ୍ରାନ୍ସଜେଣ୍ଡରଙ୍କୁ ପ୍ରଦାନ କରାଯାଇପାରିବ। 

Advertisment

ବିଚାରପତି ଜେବି ପାରଦିୱାଲା ଏବଂ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହି ରାୟ ତୃତୀୟ ଲିଙ୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବ ବୋଲି ଆଶା କରାଯାଉଛି।

ଏହି କମିଟିରେ ଅବସରପ୍ରାପ୍ତ ଜଷ୍ଟିସ୍ ଆଶା ମେନନ୍ ନେତୃତ୍ୱ ନେବେ ଏବଂ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଗ୍ରେସ୍ ବାନୁ ଏବଂ ଆକାଇ ପଦ୍ମଶାଲି, ଗୌରବ ମଣ୍ଡଳ, ସିଏଲପିଆର  ବେଙ୍ଗାଲୁରୁ ସଦସ୍ୟ ଡ.ସଞ୍ଜୟ ଶର୍ମା ଏବଂ ଆମିକସ୍ ସିନିୟର ଆଡଭୋକେଟ୍ ଜୟନା କୋଥାରୀଙ୍କୁ ନେଇ ଗଠିତ ହେବ।

କମିଟି କ’ଣ କରିବେ ?

ସମାନ ସୁଯୋଗ,ଅନ୍ତର୍ଭୁକ୍ତ ଚିକିତ୍ସା ସେବା, ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କ ସୁରକ୍ଷା ଉପରେ କମିଟି ନଜର ରଖିବ। ଆବେଦନକାରୀଙ୍କ ସେବା କିପରି ସମାପ୍ତ କରାଗଲା ତାହା ବିଚାର କରି ଆମେ ତାଙ୍କୁ କ୍ଷତିପୂରଣ ପ୍ରଦାନ କରିଛୁ। ଆମେ ଆଶା କରୁଛୁ ଯେ, ଏହା ସହିତ ତୃତୀୟ ଲିଙ୍ଗଙ୍କର ଭବିଷ୍ୟତ ସୁରକ୍ଷିତ ରହିବ। ଆମେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛୁ ଏବଂ ଯେଉଁ ସଂସ୍ଥାଗୁଡ଼ିକର ନିର୍ଦ୍ଦେଶାବଳୀ ନାହିଁ ସେମାନେ କେନ୍ଦ୍ର ନୀତି ଆଣିବା ପର୍ଯ୍ୟନ୍ତ ଏହାକୁ ଅନୁସରଣ କରିବେ ବୋଲି ଶୀର୍ଷ କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ:Cyber Crime: ସାଇବର ଅପରାଧ ରୋକିବାକୁ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ

ଉତ୍ତର ପ୍ରଦେଶ ଏବଂ ଗୁଜରାଟର ଦୁଇଟି ଘରୋଇ ସ୍କୁଲ ଦ୍ୱାରା ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତିକୁ ତାଙ୍କ ଲିଙ୍ଗଗତ ପରିଚୟ ଯୋଗୁ ବାତିଲ କରାଯାଇଥିବା ଜଣେ ଟ୍ରାନ୍ସଓମେନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସମୟରେ କୋର୍ଟ ଏହି ରାୟ ଦେଇଛନ୍ତି।

ସେ ପୂର୍ବରୁ କୋର୍ଟକୁ କହିଥିଲେ ଯେ, ତାଙ୍କୁ ଉତ୍ତର ପ୍ରଦେଶରେ ନିଯୁକ୍ତି ପତ୍ର ଦିଆଯାଇଥିଲା କିନ୍ତୁ ସେ ସେଠାରେ କେବଳ ଛଅ ଦିନ ପାଇଁ ପାଠପଢ଼ାଇ ପାରିପାରିଥିଲେ।

ଗୁଜରାଟରେ ମଧ୍ୟ ତାଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିଲା କିନ୍ତୁ ଯୋଗଦେବାକୁ ଅନୁମତି ଦିଆଯାଇ ନଥିଲା ବୋଲି ସେ ଆବେଦନରେ ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ:Trump Zelenskyy meet: ଯୁଦ୍ଧବିରତି ଆଲୋଚନା ପାଇଁ ସର୍ତ୍ତ ଲଖିଲେ ଜେଲେନସ୍କି

Supreme Court | transgender