ଏହି ଆଫ୍ରିକୀୟ ଦେଶରେ ମାଡ଼ିଚାଲିଛି ମାରବର୍ଗ ଭୂତାଣୁ ସଂକ୍ରମଣ ; ଜାଣନ୍ତୁ.. ଏହା କାହିଁକି କରୋନାଠାରୁ ଆହୁରି ମାରାତ୍ମକ ?

ଏହି ଆଫ୍ରିକୀୟ ଦେଶରେ ମାଡ଼ିଚାଲିଛି ମାରବର୍ଗ ଭୂତାଣୁ ସଂକ୍ରମଣ ; ଜାଣନ୍ତୁ.. ଏହା କାହିଁକି କରୋନାଠାରୁ ଆହୁରି ମାରାତ୍ମକ ?

ଗିନି : ବିଶ୍ବରୁ କରୋନା ଭୁତାଣୁ ସଂପୂର୍ଣ୍ଣ ନିର୍ମୂଳ ହୋଇନଥିବାବେଳେ ଆଉ ଏକ ନୂଆ ତଥା ମାରାତ୍ମକ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି । ତେବେ ଏହି ଭୂତାଣୁ ସଂକ୍ରମଣ ଚୀନରୁ ନୁହେଁ ଏକ ଆଫ୍ରିକୀୟ ଦେଶରେ ଦେଖାଦେଇଛି ।

କେନ୍ଦ୍ରୀୟ ଆଫ୍ରିକୀୟ ଦେଶ ଇକ୍ୱେଟୋରିଆଲ୍ ଗିନିରେ ମାରବର୍ଗ ଭୂତାଣୁ ଆତଙ୍କ ଖେଳାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଲୋକ ଅସୁସ୍ଥ ଅଛନ୍ତି । ଏହି ସଂକ୍ରମଣ ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ସ୍ବୀକାର କରିଛି ।

ସୂଚନାଯୋଗ୍ୟ ଯେ ମାର୍ବର୍ଗ ଭୂତାଣୁ ସଂକ୍ରମଣର ଲକ୍ଷଣ ଇବୋଲା ଭୂତାଣୁ ସହ ସମାନ। ଯେଉଁଥିରେ ରୋଗୀଙ୍କୁ ଜ୍ୱର, ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ପରିସ୍ଥିତି ବିଗିଡିବାରୁ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବୟାନ ଜାରି କରି କହିଛି ଯେ ଏହା ମାର୍ବର୍ଗ ଭୂତାଣୁର ପ୍ରଥମ ବଡ଼ ଧରଣର ବିସ୍ତାର । ପ୍ରଭାବିତ ଅଞ୍ଚଳରେ ଆଗୁଆ ଟିମ୍ ମୁତୟନ କରାଯାଇଛି, ଯେଉଁମାନେ ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ଅଲଗା କରୁଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ମଧ୍ୟ କରୁଛନ୍ତି ।

ମାର୍ବର୍ଗ ଭୂତାଣୁ କେତେ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ତାହା ଏଥିରୁ ଆକଳନ କରାଯାଇପାରିବ ଯେ ଏହାର ବିସ୍ତାରକୁ ରୋକିବା ପାଇଁ ଡବ୍ଲୁଏଚ୍ଓ ଜରୁରୀକାଳୀନ ବିଶେଷଜ୍ଞ ଟିମ୍, ପରୀକ୍ଷାଗାର ଏବଂ ଯୋଗାଯୋଗ ସହାୟତା ବ୍ୟବସ୍ଥା ନିୟୋଜିତ କରିଛି।

ଏହା କାହିଁକି କରୋନାଠାରୁ ଆହୁରି ମାରାତ୍ମକ ?

ମାରବର୍ଗକୁ କରୋନାଠାରୁ ଆହୁରି ମାରାତ୍ମକ ବୋଲି କୁହାଯାଉଛି । କାରଣ ଯଦି ଠିକ ସମୟରେ ଚିକିତ୍ସା କରାନଯାଏ ତେବେ ପ୍ରତି ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ମୃତ୍ୟୁମୁଖରେ ପଡ଼ିବା ନିଶ୍ଚିତ । ଏହି କାରଣରୁ ହୁ ସତର୍କ ହୋଇଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe