ଟ୍ରମ୍ପଙ୍କ ସାଙ୍ଗରେ ବୁଲୁଥିବା ଏର୍ଦୋଗାନଙ୍କ ମନରେ କ୍ଷମତା ଦଖଲ ଭୟ: ୧୮୨ ଅଧିକାରୀଙ୍କୁ ଗିରଫ କଲେ

ଏର୍ଦୋଗାନ ଟ୍ରମ୍ପଙ୍କୁ ଭେଟିଛନ୍ତି। ତେବେ ସେ ପୁଣି ଥରେ ତାଙ୍କ ଦେଶରେ ତାଙ୍କ ବିରୁଦ୍ଧରେ ବିଦ୍ରୋହ ଷଡ଼ଯନ୍ତ୍ର ଏବଂ କ୍ଷମତାଦଖଲ କାର୍ଯ୍ୟକଳାପ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେନା ଏବଂ ପୁଲିସରେ କାର୍ଯ୍ୟରତ ୧୮୨ଜଣ ଅଧିକାରୀଙ୍କୁ ତାଙ୍କ ନିର୍ଦ୍ଦେଶରେ ହଠାତ୍ ଗିରଫ କରାଯାଇଛି...

Erdogan, who walks with Trump, fears a power grab: 182 officials arrested

Erdogan, who walks with Trump, fears a power grab: 182 officials arrested Photograph: (sambad.in)

ଆମଷ୍ଟରଡାମ୍: ନେଦରଲ୍ୟାଣ୍ଡର ହେଗ୍‌ରେ ଅନୁଷ୍ଠିତ ନାଟୋ ସମ୍ମିଳନୀ ସମୟରେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫଟୋ ପାଇଁ ପୋଜ୍ ଦେବା ସମୟରେ ହସି ହସି ହାତ ମିଳାଉଥିବାର ଦେଖାଯାଇଥିଲା। କିନ୍ତୁ  ଦେଶର ପରିସ୍ଥିତି ଦେଖି ସ୍ପଷ୍ଟ ହେଉଛି ଯେ, ତାଙ୍କ ମନରେ ପୁଣି ଥରେ ବିଦ୍ରୋହ ଏବଂ କ୍ଷମତା ଦଖଲର ଭୟ ରହିଛି। ବିଦେଶରେ ବନ୍ଧୁତା, କିନ୍ତୁ ଦେଶ ଭିତରେ ଭୟର ବାତାବରଣ।

ଏହି ଭୟ ଯୋଗୁ ତାଙ୍କ ନିର୍ଦ୍ଦେଶରେ ପୁଣି ଥରେ ସେନା ଏବଂ ପୁଲିସରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ ଏଜେନ୍ସି ଆନାଡୋଲୁ ଅନୁଯାୟୀ, ଗୁଲେନ ଆନ୍ଦୋଳନ ସହିତ ଜଡିତ ଥିବା ଅଭିଯୋଗରେ ୧୮୨ ଜଣ ଅଧିକାରୀଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମଧ୍ୟରେ ତୁର୍କୀ ସେନାର ବରିଷ୍ଠ ଅଧିକାରୀ ଏବଂ କିଛି ପୁଲିସ ଅଛନ୍ତି।

ଇସ୍ତାନବୁଲ ଏବଂ ଇଜମିର ସମେତ ମୋଟ ୪୩ଟି ପ୍ରଦେଶରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଯେଉଁଥିରେ ୧୭୬ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ୧୬୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଧିକାରୀଙ୍କ ମଧ୍ୟରେ କର୍ଣ୍ଣେଲ, ଲେଫ୍ଟନାଣ୍ଟ କର୍ଣ୍ଣେଲ, ମେଜର ଏବଂ କ୍ୟାପ୍ଟେନ ପଦବୀର ଅଧିକାରୀ ଅଛନ୍ତି। ଏକ ପୃଥକ ଅଭିଯାନରେ ୨୧ଜଣଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ୧୩ ଜଣ ବର୍ତ୍ତମାନର ପୁଲିସ ଅଧିକାରୀ ଏବଂ ୬ ଜଣ ପୂର୍ବତନ ପୁଲିସ ଅଧିକାରୀ ଅଛନ୍ତି। ତୁର୍କୀ ସରକାର ଦାବି କରିଛନ୍ତି ଯେ, ଏହି ସମସ୍ତ ଅଧିକାରୀ 'ଗୁଲେନ ଆନ୍ଦୋଳନର ଗୁପ୍ତ ନେଟୱାର୍କ ସହିତ ଜଡିତ ଥିଲେ ଏବଂ ସାର୍ବଜନୀନ ଟେଲିଫୋନ ଲାଇନ ମାଧ୍ୟମରେ ପରସ୍ପର ସହିତ ଯୋଗାଯୋଗରେ ଥିଲେ।

ଶିକ୍ଷା ଏବଂ ସାମାଜିକ କଲ୍ୟାଣରେ ଅବଦାନ ପାଇଁ ଏକଦା ପ୍ରଶଂସିତ ହିଜମତ (ସେବା) ନେଟୱାର୍କ  ସମ୍ପ୍ରତି  ତୁର୍କୀ ସରକାରଙ୍କ ଦୃଷ୍ଟିରେ ଏକ ଆତଙ୍କବାଦୀ ସଂଗଠନରେ ପରିଣତ ହୋଇଛି। ୨୦୧୬ରେ ବିଫଳ ବିପ୍ଳବ ପ୍ରୟାସ ପରେ, ରାଷ୍ଟ୍ରପତି ଏର୍ଦୋଗାନ ଏହି ଆନ୍ଦୋଳନ ବିରୁଦ୍ଧରେ ଖୋଲା ଯୁଦ୍ଧ ଆରମ୍ଭ କରିଛନ୍ତି। ତଥାପି, ଆମେରିକା, ୟୁରୋପୀୟ ସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନ ଏହାକୁ ଏପର୍ଯ୍ୟନ୍ତ ଏକ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରି ନାହାନ୍ତି।

ଏହି ଆନ୍ଦୋଳନ ନେଇ ୨୦୧୬ ମସିହାରୁ ୭ ଲକ୍ଷରୁ ଅଧିକ ଲୋକଙ୍କ ବିରୋଧରେ ତଦନ୍ତ କରାଯାଇଛି ଏବଂ ୧୩,୦୦୦ରୁ ଅଧିକ ଲୋକ ଜେଲ୍‌ରେ ଅଛନ୍ତି। ୨୪,୦୦୦ରୁ ଅଧିକ ସାମରିକ କର୍ମଚାରୀଙ୍କୁ ସେନାରୁ ବହିଷ୍କାର କରାଯାଇଛି। ସମାଲୋଚକମାନେ କହିଛନ୍ତି ଯେ, ଏହି ଆନ୍ଦୋଳନ ନାମରେ ଏର୍ଦୋଗାନ ବିରୋଧୀଙ୍କ ସ୍ୱରକୁ ଦମନ କରୁଛନ୍ତି ଏବଂ କ୍ଷମତା ଉପରେ ତାଙ୍କର କବଜା ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି। ୨୦୨୪ ମସିହାରେ ଗୁଲେନଙ୍କ ମୃତ୍ୟୁ ପରେ ମଧ୍ୟ ଏର୍ଦୋଗାନ ଏହି ଅଭିଯାନ କମି ନାହିଁ। ଏହାକୁ ଏବେ କଡ଼ାକଡ଼ି କରାଯାଉଛି।   ରାଷ୍ଟ୍ରପତି ଭୟ କରୁଛନ୍ତି ଯେ, ତାଙ୍କର କ୍ଷମତା ଆସନ ଏବେ ବି ବିପଦରେ ଅଛି।

turkey | USA | donald-trump | Recep Tayyip Erdoğan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe