ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ତିନି ପୂର୍ବତନ ପୁଲିସ ମୁଖ୍ୟ ପଞ୍ଜାବ ପୁଲିସକୁ ଦୋଷ ଦେଲେ

ଆଜି ୪୧,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

FILE PHOTO: India's Prime Minister Narendra Modi speaks to the media inside the parliament premises on the first day of the winter session in New Delhi, India, November 18, 2019. REUTERS/Altaf Hussain/File Photo

ନୂଆଦିଲ୍ଲୀ: ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ନେଇ ବିତର୍କ ସୃଷ୍ଟି ହୋଇଛି ଏବଂ କେନ୍ଦ୍ର ବନାମ ରାଜ୍ୟ ଯୁଦ୍ଧ ଏବେ କୋର୍ଟରେ ଯାଇ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ-ପଥ ସମ୍ପର୍କରେ ତଥ୍ୟ ଲିକ୍ କରିଥିବା ନେଇ କେନ୍ଦ୍ର ସରକାର କଂଗ୍ରେସ-ନେତୃତ୍ବାଧୀନ ପଞ୍ଜାବ ସରକାରଙ୍କୁ ଦୋଷାରୋପ କରିଛନ୍ତି। ପଞ୍ଜାବ ସରକାର ହିଁ ପ୍ରଧାନମନ୍ତ୍ରୀ କେତେବେଳେ କେଉଁ ରାସ୍ତାରେ ଯିବେ ସେ ସମ୍ପର୍କରେ ଆନ୍ଦୋଳନକାରୀ କୃଷକ ନେତାମାନଙ୍କୁ ଜଣାଇଥିଲେ, ଯେଉଁମାନେ ରାସ୍ତା ଅବରୋଧ କରିବା ଯୋଗୁ ପ୍ରଧାନମନ୍ତ୍ରୀଙ୍କୁ ଫ୍ଲାଇଓଭରରେ ୨୦ ମିନିଟ ଫସିରହିବାକୁ ପଡ଼ିଥିଲା ଓ ତାଙ୍କୁ ୟୁ-ଟର୍ଣ୍ଣ ନେବାକୁ ପଡ଼ିଥିଲା ବୋଲି କେନ୍ଦ୍ର ସରକାର ଅଭିଯୋଗ କରିଛନ୍ତି। ଏହି ଅବସରରେ ଏକ ଟିଭି ଚ୍ୟାନେଲ ପକ୍ଷରୁ ତିନିଜଣ ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏ ବିଷୟରେ ପ୍ରଶ୍ନ ପଚରାଯାଇଥିଲା ଏବଂ ସେମାନେ ସମସ୍ତେ ତ୍ରୁଟି ପାଇଁ ପଞ୍ଜାବ ପୁଲିସକୁ ଦୋଷାରୋପ କରିଥିଲେ।

ପୂର୍ବତନ ମହାରାଷ୍ଟ୍ର ପୁଲିସ ମହାନିର୍ଦ୍ଦେଶକ ପ୍ରବୀଣ ଦୀକ୍ଷିତ କହିଥିଲେ, ପଞ୍ଜାବ ପୁଲିସ ତ୍ରୁଟି କରିଛି ବୋଲି ଉପମୁଖ୍ୟମନ୍ତ୍ରୀ ମାନିଛନ୍ତି। ସମସ୍ତେ ଜାଣିଥିଲେ ପ୍ରଧାନମନ୍ତ୍ରୀ ସଡ଼କପଥରେ ଯାଉଛନ୍ତି। ସେ ମାନିଛନ୍ତି ଯେ ତାଙ୍କ ପାଇଁ ବିକଳ୍ପ ରୁଟ୍‌ର ବ୍ୟବସ୍ଥା କରାଯାଇ ନ ଥିଲା। ପ୍ରଥମ ଯୋଜନା ଥିଲା ବିମାନରେ ଯିବା ପାଇଁ। ଯେତେବେଳେ ସଡ଼କପଥରେ ଯିବା କଥା ହେଲା, ଏସ୍‌ପିଜି ସମେତ ବିଭିନ୍ନ ସିକ୍ୟୁରିଟି ସଂସ୍ଥା ଓ ଡିଜିପିଙ୍କୁ ଅବଗତ କରାଗଲା। ସେମାନେ ଦେଖିବା କଥା ରାସ୍ତା ନିରାପଦ ଅଛି କି ନାହିଁ ଏବଂ ପ୍ରଧାନମନ୍ତ୍ରୀ ସେ ରାସ୍ତାରେ ଯିବା ଉଚିତ ହେବ କି ନାହିଁ। ଡିଜିପି କହିଲେ ରାସ୍ତା ନିରାପଦ ଅଛି। ତା’ ହେଲେ ଫ୍ଲାଇଓଭରରେ ରାସ୍ତା ଅବରୋଧ ହେଲା କେମିତି? ତଦନ୍ତରୁ ସବୁ ଜଣାପଡ଼ିବ। ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତାରେ ଯିବେ ସେଠାରେ କିଛି ବି ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା, ଏପରି କି ଘରୋଇ ଗାଡ଼ିଗୁଡ଼ିକ ବି ଯା’ଆସ କରୁଥିଲେ। ପୂର୍ବତନ ଦିଲ୍ଲୀ ପୁଲିସ କମିସନର ନୀରଜ କୁମାର ବି ପଞ୍ଜାବ ପୁଲିସକୁ ଦୋଷ ଦେଇଥିଲେ। ସେ କହିଥିଲେ, ପୁଲିସ ବିକଳ୍ପ ବ୍ୟବସ୍ଥା ନ କରିବା ଓ ସୁରକ୍ଷା କର୍ମୀମାନଙ୍କୁ ନିୟୋଜିତ ନ କରିବା ଏକ ଅକ୍ଷମଣୀୟ ଅପରାଧ। ବିଜେପି କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପାଖରେ ଦେଖାଯିବା ବି ପଞ୍ଜାବ ପୁଲିସର ଭୁଲ। ପ୍ରତିବାଦର ସମ୍ଭାବନା ଅଛି ବୋଲି ସ୍ପେସାଲ ବ୍ରାଞ୍ଚ ଜାଣିବା ଉଚିତ ଥିଲା ବୋଲି ସେ କହିଥିଲେ। ସେହପରି ଉତ୍ତରପ୍ରଦେଶର ପୂର୍ବତନ ଡିଜିପି ଏଏଲ୍‌ ବାନାର୍ଜୀ କହିଥିଲେ, ଏହା ଆମ ପାଇଁ ଲଜ୍ଜାଜନକ କଥା। ଆମେ ଏକ ବିଶ୍ବଶକ୍ତି, ଅଥଚ ଆମ ପ୍ରଧାନମନ୍ତ୍ରୀ ଏକ ଫ୍ଲାଇଓଭର ଉପରେ ୨୦ ମିନିଟ୍ ଅଟକି ରହୁଛନ୍ତି। ଜାଣିଶୁଣି ଏପରି କାମ କରାଯାଇଛି ଏବଂ ଏଥିପାଇଁ ପଞ୍ଜାବ ପୁଲିସକୁ ସେ ଦାୟୀ କରିଥିଲେ। ସେ କହିଥିଲେ ଯେ ଏପରି ଘଟଣା ଆଗରୁ କେବେ ବି ଘଟି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe