୨୬/୧୧ ମୁମ୍ବାଇ ଆକ୍ରମଣର ବାର୍ଷିକୀରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ ନିହତ ୪ଆତଙ୍କବାଦୀ

Advertisment
୨୬/୧୧ ମୁମ୍ବାଇ ଆକ୍ରମଣର ବାର୍ଷିକୀରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ ନିହତ ୪ଆତଙ୍କବାଦୀ

indiatoday

ଜମ୍ମୁ: ଜମ୍ମୁରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଥିଲେ ସୁରକ୍ଷାବାହିନୀ। ନାଗ୍‌ରୋଟା ନିକଟସ୍ଥ ଜମ୍ମୁ -ଶ୍ରୀନଗର ଜାତୀୟ ରାଜପଥରେ ଗତକାଲି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୪ ଆତଙ୍କବାଦୀ ନିପାତ ହୋଇଥିଲେ। ୨ ପୁଲିସ କର୍ମୀ ମଧ୍ୟ ଏହି ଗୁଳି ବିନିମୟରେ ଆହତ ହୋଇଥିଲେ। ତେବେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଏହି ଆତଙ୍କବାଦୀ ୨୬/୧୧ ମୁମ୍ବାଇ ଆକ୍ରମଣର ବାର୍ଷିକୀରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିଲେ ବୋଲି ସାମ୍ନାକୁ ଆସିଛି।

ଅନ୍ୟ ପକ୍ଷରେ ଏନକାଉଣ୍ଟରକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଏବଂ ବରିଷ୍ଠ ଗୁଇନ୍ଦା ବିଭାଗର ଅଧିକାରୀ ଯୋଗ ଦେଇଥିଲେ ବୋଲି ଜଣା ପଡ଼ିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମର ସୁରକ୍ଷା ବାହିନୀ ପୁଣି ଥରେ ସାହସର ସହ ଶତ୍ରୁର ସାମ୍ନା କରିଛନ୍ତି। ସେମାନଙ୍କ ପାଇଁ ଗତକାଲି ଜମ୍ମୁରେ ହେବାକୁ ଥିବା ବଡ଼ ଧରଣର ଆକ୍ରମଣକୁ ଅଟକାଯାଇ ପାରିଛି।

नगरोटा में चार आतंकी मारे गए थे (फाइल फोटो-PTI) aajtak

ସୂଚନା ମୁତାବକ, ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ ଯୋଜନା କରି ବିପୁଳ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ସହ କାଶ୍ମୀର ଅଭିମୁଖେ ଯାତ୍ରା କରୁଥିଲେ। ତେବେ ଭୋର୍‌ ୫ଟା ସେମାନଙ୍କୁ ଠାବ କରି ମିଳିତ ବାହିନୀ ନିପାତ କରିଥିଲା। ସାମ୍ବା ସେକ୍ଟର୍‌ରୁ ନାଗ୍‌ରୋଟା ଟୋଲ୍‌ ପ୍ଲାଜା ଅଭିମୁଖେ ଆତଙ୍କବାଦୀ ଯାଉଥିବା ନେଇ ଗୁଇନ୍ଦା ଖବର ମିଳିବା ମାତ୍ରେ ତତ୍‌କ୍ଷଣାତ ସର୍ଚ୍ଚ‌୍ ଅପରେସନ୍‌ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ସନ୍ଦେହରେ ଏକ ଟ୍ରକ୍‌କୁ ଘେରିଯାଇ ଯାଞ୍ଚ କରିବା ବେଳେ ଡାଲାରେ ଲୁଚିଥିବା ଆତଙ୍କବାଦୀମାନେ ଆଖିବୁଜା ଗୁଳିବର୍ଷା ଆରମ୍ଭ କରିଥିଲେ ଏବଂ ଗ୍ରେନେଡ୍‌ ମାଡ଼ କରିଥିଲେ। ପାଲଟା ଜବାବ ଦେଇ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚାଳନା କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଏନ୍‌କାଉଣ୍ଟର ଚାଲିଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିପାତ ହୋଇଥିଲେ। ଟ୍ରକ୍‌ରୁ ୭ କିଲୋରୁ ଅଧିକ ଆର୍‌ଡିଏକ୍ସ, ୧୧ଟି ଏକେ-୪୭ ବନ୍ଧୁକ, ୬୦ରୁ ଅଧିକ ଗ୍ରେନେଡ, ବିପୁଳ ଗୁଳିଗୋଳା ଜବତ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe