ମୁକୁଳି ଆସିଥିବା ହରଜିତଙ୍କ ବୟାନ : ସରକାରଙ୍କୁ ଆଗରୁ ଜଣାଇଥିଲି

Advertisment
ମୁକୁଳି ଆସିଥିବା ହରଜିତଙ୍କ ବୟାନ : ସରକାରଙ୍କୁ ଆଗରୁ ଜଣାଇଥିଲି

ନୂଆଦିଲ୍ଲୀ : ମୋସୁଲ ଅପହୃତଙ୍କ ମଧ୍ୟରୁ ଏକମାତ୍ର ଜୀବିତ ହରଜିତ ମସିହ ଆଜି କହିଛନ୍ତି ଯେ ସେ ଯେଉଁ କଥା ସରକାରଙ୍କୁ ୩ ବର୍ଷ ପୂର୍ବରୁ କହିଆସୁଥିଲେ ସରକାର ଆଜି ସେହି କଥା ହିଁ ସ୍ୱୀକାର କରିଛନ୍ତି। ହରଜିତ୍‌ ଦାବି କରିଥିଲେ ଯେ ସେ ଆଇଏସ ଆତଙ୍କବାଦୀଙ୍କ କବଳରୁ କୌଶଳ କ୍ରମେ ଖସି ଆସିଥିଲେ, କିନ୍ତୁ ଅନ୍ୟ ୩୯ ଭାରତୀୟଙ୍କୁ ଆଇଏସ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ହେଲେ ହରଜିତ୍‌ଙ୍କ ଏହି ଦାବିକୁ ସୁଷମା ଗ୍ରହଣ ନକରି କହିଛନ୍ତି ଯେ ହରଜିତ୍‌ କେଉଁ ଉପାୟରେ ଆଇଏସ୍‌ କବଳରୁ ଖସିଲେ ସେନେଇ କିଛି ବି କହିବାକୁ ଇଚ୍ଛୁକ ନଥିଲେ । ଏ ନେଇ ଭିନ୍ନ ଭିନ୍ନ ବୟାନ ଦେବା ସହ ଘଟଣା ସଂପର୍କରେ କିଛି ସ୍ପଷ୍ଟ କରିପାରିନଥିଲେ। ତେଣୁ ତାଙ୍କ କଥାକୁ ସତ ବୋଲି ଗ୍ରହଣ କରିବା ସମ୍ଭବ ନଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ମାସିହ କହିଛନ୍ତି ଯେ ତାଙ୍କ କଥାକୁ କେହି ଶୁଣିଲେନି ଏବଂ ସେ ଇରାକ୍‌ରୁ ଫେରିବା ପରେ ତାଙ୍କ ବିରୋଧରେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ମିଥ୍ୟା ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କୁ ୬ ମାସ ଜେଲ୍‌ରେ ରହିବାକୁ ପଡ଼ିଥିଲା। ଏହି ଚିନ୍ତାରେ ତାଙ୍କ ବାପାଙ୍କର ମଧ୍ୟ ପରଲୋକ ହୋଇଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe