କରୋନା ମହାମାରୀ ଯୋଗୁଁ ଆନ୍ଦୋଳନ କରିପାରିବେନି ସରକାରୀ କର୍ମଚାରୀ, ଯୋଗୀ ଆଦିତ୍ୟନାଥ ଲାଗୁ କଲେ ଏସମା

ଯଦି ଅଯୋଧ୍ୟା ହୋଇପାରିଲା.. ମଥୁରା-ବୃନ୍ଦାବନ କାହିଁକି ନୁହେଁ ? : ଯୋଗୀ

Image Courtesy of Zee News

ଲଖନଉ: କରୋନା ମହାମାରୀ ମଧ୍ୟରେ, ଉତ୍ତରପ୍ରଦେଶରେ ଥିବା କିଛି ସରକାରୀ କର୍ମଚାରୀଙ୍କ ୟୁନିୟନ ସେମାନଙ୍କ ଦାବି ଉପରେ ଧର୍ମଘଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଉ ଏବାବଦରେ ଜାଣିବାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟରେ ଏସମା ଆଇନ ଲାଗୁ କରିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ସମସ୍ତ ପୌର ନିଗମର କର୍ମଚାରୀ ଏବଂ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ |

ସୂଚନାନୁସାରେ, ସରକାର ବର୍ତ୍ତମାନ ୬ ମାସ ପାଇଁ ଏସମା ଆଇନ ଲାଗୁ କରିଛନ୍ତି | ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ଛୁଟିରେ ଯାଇ ଧର୍ମଘଟ କରିପାରିବେ ନାହିଁ। ସମସ୍ତ କର୍ମଚାରୀଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ବାଧ୍ୟତାମୂଳକ ହେବ। ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଥାଉ କି ଯେ ସଙ୍କଟ ସମୟରେ କର୍ମଚାରୀଙ୍କ ଧର୍ମଘଟକୁ ବନ୍ଦ କରିବା ପାଇଁ ୧୯୬୮ ମସିହାରେ ଏସମା ଆଇନ ପ୍ରଣୟନ କରାଯାଇଥିଲା। ଏସମା ଲାଗୁ କରିବା ପୂର୍ବରୁ, ଏହା ଦ୍ୱାରା ପ୍ରଭାବିତ କର୍ମଚାରୀମାନଙ୍କୁ ଖବରକାଗଜ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ସୂଚିତ କରାଯାଇଥାଏ | ଏହି ନିୟମ ଲାଗୁ ହେବା ପରେ ଯଦି କର୍ମଚାରୀମାନେ ଧର୍ମଘଟ କରନ୍ତି, ତେବେ ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗରେ ଯେ କୌଣସି କର୍ମଚାରୀଙ୍କୁ ବିନା ୱାରେଣ୍ଟରେ ଗିରଫ କରାଯାଇପାରିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe