ରାତି ଭୋଜନ କରୁଥିବା ବେଳେ ପରିବାରର ସମସ୍ତ ସଦସ୍ୟଙ୍କ ଉପ‌ରେ ଭୁଶୁଡ଼ି ପଡ଼ିଲା ଘରର ଛାତ

ରାତି ଭୋଜନ କରୁଥିବା ବେଳେ ପରିବାରର ସମସ୍ତ ସଦସ୍ୟଙ୍କ ଉପ‌ରେ ଭୁଶୁଡ଼ି ପଡ଼ିଲା ଘରର ଛାତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏଟା ଜିଲ୍ଲାର ଜଲେସରର ମହାନମଇ ଗ୍ରାମରେ ଏକ ପରିବାର ଉପରେ ଘରର ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ପରିବାର ସଦସ୍ୟ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୭ ତାରିଖ ବୁଧବାର ରାତିରେ ମହାନମଇ ଗ୍ରାମରେ ବସବାସ କରୁଥିବା ରାମଜି ଲାଲଙ୍କ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଖାଉଥିଲେ। ଏହି ସମୟରେ ପ୍ରବଳ ବର୍ଷା ଲାଗି ରହିଥିଲା।  ଏତିକି ବେଳେ ରାମଜି ଲାଲଙ୍କ କୋଠାର ଛାତ ହଠାତ ପରିବାରର ୬ଜଣ ସଦସ୍ୟଙ୍କ ଉପରେ ଭଶୁଡ଼ି ପଡ଼ିଥିଲା। ଏଥିରେ ଜଣେ ଶିଶୁ ବି ରହିଥିଲା।

କୋଠାର ଧ୍ବଂସସ୍ତୂପ ତଳେ ଚାପି ହୋଇ ରାମଜି ଲାଲଙ୍କ ପରିବାର ସଦସ୍ୟ ଚିତ୍କାର କରିବା ପରେ ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସଙ୍ଗେସଙ୍ଗେ ଗ୍ରାମବାସୀ କୋଠାର ଧ୍ବଂସସ୍ତୂପ ତଳୁ ରାମଜି ଲାଲଙ୍କ ପରିବାରର ୬ଜଣ ଆହତ ସଦସ୍ୟଙ୍କୁ ଉଦ୍ଧାର କରି ସିଏଚସି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲା।  ସୌଭାଗ୍ୟବଶତଃ ଡାକ୍ତରଙ୍କ ଚିକିତ୍ସା ପରେ ୬ଜଣ ଆହତ ସୁସ୍ଥ ଅଛନ୍ତି।

ସେହିପରି ଜଲେସରର ଆଉ ଏକ ଗାଁ ଦଲେଲପୁରରେ ବି ଏମିତି ଏକ ଘଟଣା ଘଟିଥିଲା। ପ୍ରବଳ ବର୍ଷା ହେତୁ କୋଠାର ଛାତ ଭୁଶୁଡ଼ି ପଡ଼ିବା ହେତୁ ତିନିଜଣ ମହିଳା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥି‌ଲା। ଚିକିତ୍ସା ପରେ ତିନିଜଣ ବିପଦମୁକ୍ତ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe