ନିର୍ମଳା ସୀତାରମଣଙ୍କୁ ୧୮ଦିନ ପୂର୍ବରୁ ଏକ ବଡ଼ ଫୁଲତୋଡା ଦେଇଥିବା ଅଧିକାରୀଙ୍କ ଚାକିରି ଛଡ଼ାଇ ନିଆଗଲା

ନିର୍ମଳା ସୀତାରମଣଙ୍କୁ ୧୮ଦିନ ପୂର୍ବରୁ ଏକ ବଡ଼ ଫୁଲତୋଡା ଦେଇଥିବା ଅଧିକାରୀଙ୍କ ଚାକିରି ଛଡ଼ାଇ ନିଆଗଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ସରକାର ଗଢ଼ିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନର୍ଥ ବ୍ଲକ୍‌ସ୍ଥିତ କାର୍ଯ୍ୟାଳୟରେ ନିଜର ଦାୟିତ୍ୱ ସମ୍ଭାଳିବା ପାଇଁ ପହଞ୍ଚିଥିଲେ। ସେଠାରେ ଭାରତୀୟ ରାଜସ୍ୱ ସେବା ସଂଘର ଅଧ୍ୟକ୍ଷ ଅନୁପ୍‌ ଶ୍ରୀବାସ୍ତବ ନିଜର ସହଯୋଗୀଙ୍କ ସହିତ ମିଶି ନିର୍ମଳା ସୀତାରମଣଙ୍କୁ ଏକ ବଡ଼ ଫୁଲତୋଡା ଦେଇଥିଲେ। ଏହି ଫଟୋ ଜୁନ୍‌ ୩ରେ ଆଇଆରଏସ୍ ଆସୋସିଏସନ୍  ଟୁଇଟର ହ୍ୟାଣ୍ଡେଲ୍‌ରେ ସେୟାର କରାଯାଇଥିଲା।

publive-image

ଟୁଇଟରରେ ସେୟାର କରାଯାଇଥିବା ଏହି ଫଟୋରେ ଲେଖାଯାଇଛି କି, ଆସୋସିଏସନ୍‌ର ଅଧ୍ୟକ୍ଷ ଓ ସଦସ୍ୟ ସମ୍ମାନନୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସ୍ୱାଗତ କରିଛନ୍ତି  ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ଓ ବିକଶିତ ଭାରତର ନିର୍ମାଣ ପାଇଁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁସାରେ, ଫୁଲ ତୋଡା ଦେବାର ୧୮ଦିନ ପରେ ନିର୍ମଳା ସୀତାରମଣ ଆର୍‌ଏସ୍‌ଏସ୍‌ ସଂଘ ଅଧ୍ୟକ୍ଷ ଅନୁପ ଶ୍ରୀବାସ୍ତଙ୍କ ସହିତ ୧୫ ଜଣ ଅଫିସରଙ୍କୁ ଅବସରର ନୋଟିସ୍‌ ପଠାଇଛନ୍ତି। ନୋଟିସ୍‌ ପଠା ଯାଇଥିବା ସମସ୍ତ ଅଧିକାରୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଲଗା ଯାଇଥିଲା। ଏହି ସମସ୍ତ ଅଧିକାରୀଙ୍କ ଉପରେ ଧାରା ୫୬ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅନୁପ୍‌ ନିଜ ଉପରେ ଲାଗିଥିବା ଏହି ଅଭିଯୋଗକୁ ମିଥ୍ୟା ବୋଲି କହୁଛନ୍ତି। ଅନୁପ୍‌ ଶ୍ରୀବାସ୍ତ ଏଯାବତ୍‌ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ଓ କଷ୍ଟମର ପ୍ରିନ୍ସପାଲ କମିସନ୍‌ର ପଦରେ ନିୟୋଜିତ ଥିଲେ। ଏହି ଦାୟିତ୍ୱରେ ଥିବା ସମୟରେ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗମାନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe