ଭାରତର ବିରୋଧ ସତ୍ତ୍ୱେ ୟୁରୋପୀୟ ସଂସଦରେ ସିଏଏ ଉପରେ ବିତର୍କ ହେବ

ନାଗରିକତା ଆଇନ ଭାରତର ଆଭ୍ୟନ୍ତରୀଣ ମାମଲା : ୟୁରୋପୀୟ ସଂସଦରେ ଆଲୋଚନା ପ୍ରସଙ୍ଗରେ କହିଲା ଫ୍ରାନ୍ସ

newsroompost

ବ୍ରସେଲ୍ସ : ଭାରତର ତୀବ୍ର ବିରୋଧ ସତ୍ତ୍ୱେ ୟୁରୋପୀୟ ସଂସଦ ନାଗରିକତା(ସଂଶୋଧନ) ଆଇନ ବା ସିଏଏ ଉପରେ ବିତର୍କ କରିବ । ଏହା ସହିତ ଏ ସଂପର୍କିତ ଏକ ସଂକଳ୍ପ ଉପରେ ଭୋଟ ମଧ୍ୟ ହେବ ।

ତେବେ ୟୁରୋପୀୟ ସଂଘ ଏହି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଛି । ୟୁରୋପୀୟ ସଂଘ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ୟୁରୋପୀୟ ସଂସଦ ଏକ ସ୍ୱାଧୀନ ସଂସ୍ଥା । ଏଥିରେ ଗୃହୀତ ହେଉଥିବା ସଂକଳ୍ପ ବା ପ୍ରସ୍ତାବ ୟୁରୋପୀୟ ସଂଘର ସରକାରୀ ଅଭିମୁଖ୍ୟ ନୁହେଁ ।

ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ୟୁଗୋ ଅଷ୍ଟୁଟୋଙ୍କୁ ଡକାଇ ପ୍ରତିବାଦ ଜଣାଇଦିଆଯାଇଛି । ଏପରି ଏକ ବିତର୍କ ପୂର୍ବରୁ ଭାରତ ସରକାରଙ୍କ ସହ ଆଲୋଚନା କରି ପ୍ରକୃତ ତଥ୍ୟ ନେବାର ଥିଲା ବୋଲି ମନ୍ତ୍ରାଳୟ କହିଛି ।

ସୂଚନାଯୋଗ୍ୟ ଯେ ୟୁରୋପୀୟ ସଂସଦର ପ୍ରାୟ ୬୦୦ ସଦସ୍ୟ ଭାରତର ନାଗରିକତା ଆଇନ ବିରୁଦ୍ଧରେ ୬ଟି ସଂକଳ୍ପ ଆଗତ କରିଛନ୍ତି । ଏହି ସଂକଳ୍ପଗୁଡ଼ିକୁ ୟୁରୋପୀୟ ମିଳିତ ବାମଦଳ, ନର୍ଡିକ ଗ୍ରୀନ ଲେପ୍ଟ ଗ୍ରୁପ ପକ୍ଷରୁ ଦିଆଯାଇଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ ଭାରତର ଏହି ନୂଆ ନାଗରିକତା ଆଇନ ଜାତିସଂଘର ଧାରା ୧୫ ରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ହନନ କରୁଛି । ଭାରତ ସରକାରଙ୍କ ଏହି ଆଇନ ବିଶ୍ୱରେ ଏକ ବିପଜ୍ଜନକ ମାନବୀୟ ସଂକଟ ସୃଷ୍ଟି କରିବ ବୋଲି ଏହି ବାମଦଳଗୁଡ଼ିକ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe