୧୭୦ ରାଷ୍ଟ୍ରରେ କରୋନା, ୩୦ ଦିନ ଯାଏଁ ସବୁ ସୀମା ବନ୍ଦ କଲା ୟୁରୋପ

Advertisment

କରୋନା ମୃତ୍ୟୁ ୮,୨୫୦ରେ ପହଞ୍ଚିଲା, ୬ମାସ ପାଇଁ ଜାତୀୟ ବିପର୍ଯ୍ୟୟ ‌ଘୋଷଣା କଲା ଫିଲିପାଇନ୍ସ

କରୋନା ମୃତ୍ୟୁ ୮,୨୫୦ରେ ପହଞ୍ଚିଲା, ୬ମାସ ପାଇଁ ଜାତୀୟ ବିପର୍ଯ୍ୟୟ ‌ଘୋଷଣା କଲା ଫିଲିପାଇନ୍ସ

୧୭୦ ରାଷ୍ଟ୍ରରେ କରୋନା, ୩୦ ଦିନ ଯାଏଁ ସବୁ ସୀମା ବନ୍ଦ କଲା ୟୁରୋପ

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ୧୭୦ ରାଷ୍ଟ୍ରକୁ କ‌ରୋନା ଭାଇରସ୍‌ ବ୍ୟାପି ସାରିଥିବା ବେଳେ ଆଜି ସୁଦ୍ଧା ୨୦୪,୦୩୭ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୮,୨୫୦ ଜଣଙ୍କ ମୃତ୍ୟୁ ହୋଇଛି। ସାରା ବିଶ୍ବରେ ଏବେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଚୀନ୍‌କୁ ଟପିଯାଇଛି। ଇଟାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୦୦୦ ଅତିକ୍ରମ କରିଛି। ଚୀନ୍‌ ପରେ ଏଠାରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ଇଟାଲିରେ କରୋନା ଭାଇରସ୍‌ ପାଇଁ ୨,୫୦୩ ଜଣଙ୍କ ମୃତ୍ୟୁ ହୋଇଛି। ୟୁରୋପୀୟ ରାଷ୍ଟ୍ର ଇଟାଲି ପରେ ଏବେ ଇରାନ୍‌ ମଧ୍ୟପ୍ରାଚ୍ୟରେ ଭାଇରସ୍‌ର କେନ୍ଦ୍ର ସ୍ଥଳ ପାଲଟିଛି। ଇରାନ୍‌ରେ ପୁଣି ଗୋଟିଏ ଦିନରେ ୧୪୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ‌ ଇରାନ୍‌ରେ ମୃତ୍ୟୁସଂଖ୍ୟା ୧୧୩୫ ରେ ପହଞ୍ଚିଛି। ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୦୦୦ ଟପିଛି। ୟୁରୋପୀୟ ରାଷ୍ଟ୍ର ଗୁଡ଼ିକରେ ସ୍ଥିତି ସାଂଘାତିକ ହୋଇଥିବାରୁ ୟୁରୋପୀୟ ସଂଘ ନେତା ୟୁରୋପ୍‌ର ସମସ୍ତ ସୀମା ବନ୍ଦ କରିବାକୁ ରାଜି ହୋଇଛନ୍ତି। ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ୟୁରୋପର ସମସ୍ତ ସୀମା ବନ୍ଦ ରହିବ। କୌଣସି ଅଣ ୟୁରୋପୀୟ ନାଗରିକ ତଥା ବିଦେଶ ନାଗରିକଙ୍କ ୟୁରୋପ ଗସ୍ତକୁ ବାତିଲ କରାଯାଇଛି। ଅନେକ ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ର କର୍ଫ୍ୟୁ ଜାରି କରିଛନ୍ତି ଏବଂ ସହର, ବଜାର ବନ୍ଦ ରଖିଛନ୍ତି। ୩୦ରୁ ଅଧିକ ସହର ସଂପୂର୍ଣ୍ଣ ଠପ୍‌ ହୋଇଯାଇଥିବାରୁ ବଡ଼ ସଙ୍କଟ ଉପୁଜିଛି।

ଫିଲିଫାଇନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଫିଲିପାଇନ୍ସ ୬ ମାସ ପାଇଁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଛି। ଆମେରିକାରେ କରୋନା ଯୋଗୁଁ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬,୫୦୯ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ବ୍ରିଟେନ୍‌ ସରକାରଙ୍କ କରୋନା ଭାଇରସ୍‌ ପରାମର୍ଶଦାତା ମଧ୍ୟ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ନିକଟରେ ସେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍‌ ଆମେରିକା-କାନାଡ଼ା ସୀମା ବନ୍ଦ ଘୋଷଣା କରିଛନ୍ତି। ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୦କୁ ବୃଦ୍ଧି ପାଇଛି। ୟୁରୋପୀୟ ରାଷ୍ଟ୍ର ବେଲ୍‌ଜିୟମରେ ବି ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଅନ୍ୟପକ୍ଷେ ସିଙ୍ଗାପୁର, ତାଇୱାନ୍‌ ଏବଂ ହଂକଂରେ ପୁଣି ଅଧିକ କରୋନା ମାମଲା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe