ପିଲାଙ୍କ ପାଇଁ ମଡର୍ଣ୍ଣା ଟିକାକୁ ସ୍ବୀକୃତି ଦେଲା ୟୁରୋପୀୟ ସଂଘ

Advertisment
ଟିକା ଆବଶ୍ୟକ ନଥିବା କହି ମାଗଣାରେ ମିଳିଥିବା ୩୦ ଲକ୍ଷ ଟିକା ଫେରାଇଦେଲା ଉତ୍ତର କୋରିଆ

ନୂଆଦିଲ୍ଲୀ : ପିଲାଙ୍କ ପାଇଁ ମଡର୍ଣ୍ଣା ଟିକାକୁ ସ୍ବୀକୃତି ଦେଇଛି ୟୁରୋପୀୟ ସଂଘ। ୧୨ରୁ ୧୭ ବର୍ଷ ବୟସ ମଧ୍ୟରେ ମଡର୍ଣ୍ଣା ଟିକାର ବ୍ୟବହାର ୟୁରୋପୀୟ ସଂଘର ସମସ୍ତ ରାଷ୍ଟ୍ରରେ ହେବ। ଶୁକ୍ରବାର ଏ ସଂକ୍ରାନ୍ତ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ପ୍ରଥମ ଥର ପାଇଁ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଟିକାକୁ ଅନୁମତି ମିଳିଲା। ୧୨ରୁ ୧୭ ବର୍ଷ ମଧ୍ୟରେ ୩,୭୦୦ରୁ ଅଧିକ ଶିଶୁଙ୍କୁ ନେଇ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ବୟସ୍କଙ୍କ ଭଳି ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି ଟିକା ସୁରକ୍ଷିତ ଏବଂ ଏହା ପର୍ଯ୍ୟାପ୍ତ ଆଣ୍ଟିବଡି ସୃଷ୍ଟି କରୁଛି। ଏଯାବତ୍‌ ଫାଇଜର୍‌ ଏବଂ ଏହାର ଜର୍ମାନ୍‌ ସହଯୋଗୀ ବ‌ାୟୋଏନ୍‌ଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା ଉତ୍ତର ଆମେରିକା ଏବଂ ୟୁରୋପ୍‌ରେ ଶିଶୁଙ୍କ ପାଇଁ ଏକ ମାତ୍ର ବିକଳ୍ପ ଥିଲା। ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ମଡର୍ଣ୍ଣାକୁ ଅନୁମତି ମିଳିବାପରେ ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ ଏବେ ଏହାର ବ୍ୟବହାର ନେଇ ବିଚାରବିମର୍ଶ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe