Image Courtesy of Liberal TV
ଲିଭ୍: ରୁଷ୍ ସୈନିକମାନେ ଆକ୍ରମଣ କରିବା ପରେ ଗତ ପାହାନ୍ତାରେ ୟୁକ୍ରେନ୍ରେ ଥିବା ‘ଜାପୋରିଝ୍ଝିଆ ଆଣବିକ ପାୱାର୍ ପ୍ଲାଣ୍ଟ୍ରେ ନିଆଁ ଲାଗିଯାଇଥିବା କଥା ନିକଟବର୍ତ୍ତୀ ସହର ଏନେର୍ଜେଡର୍ର ମେୟର୍ କହିଛନ୍ତି। ଏହା ହେଉଛି ୟୁରୋପ୍ର ବୃହତ୍ତମ ଆଣବିକ ପାୱାର୍ ପ୍ଲାଣ୍ଟ୍।
ମେୟର୍ ଡିମିତ୍ରୋ ଓର୍ଲୋଭ୍ ଅନ୍ଲାଇନ୍ ପୋଷ୍ଟ୍ରେ କହିଛନ୍ତି, ସ୍ଥାନୀୟ ସେନା ଏବଂ ରୁଷ୍ ସୈନିକମାନଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ ଚାଲିଥିଲା। ଏଥିରେ ଅନେକ ମୃତାହତ ହୋଇଛନ୍ତି।
ପୂର୍ବରୁ ମଧ୍ୟ ୟୁକ୍ରେନୀୟ ସରକାରୀ କର୍ତ୍ତୃପକ୍ଷମାନେ ରିପୋର୍ଟ କରିଥିଲେ, ଟ୍ୟାଙ୍କ୍ ନେଇ ନଗରୀରେ ପ୍ରବେଶ କରିବା ସହ ପାୱାର୍ ପ୍ଲାଣ୍ଟ୍ ଦଖଲ କରିବା ଲାଗି ରୁଷୀୟ ସେନା ଉଦ୍ୟମ ତୀବ୍ରତର କରିଛନ୍ତି।
Image Courtesy of FOX8ଉପରୋକ୍ତ ଘଟଣାକୁ ବିଶ୍ବ ନିରାପତ୍ତା ପ୍ରତି ବିପଦ ବୋଲି ଦର୍ଶାଇ ଟେଲିଗ୍ରାମ୍ ଚାନେଲ୍ରେ ଓର୍ଲୋଭ୍ କହିଛନ୍ତି, କୋଠାବାଡ଼ି ଏବଂ ୟୁରୋପ୍ର ବୃହତ୍ତମ ଆଣବିକ ପାୱାର୍ ପ୍ଲାଣ୍ଟ୍ ୟୁନିଟ୍ଗୁଡ଼ିକ ଉପରେ ଶତ୍ରୁମାନେ ନିରନ୍ତର ବୋମା ବର୍ଷଣ କରିବା ଫଳରେ ‘ଜାପୋରିଝ୍ଝିଆ ଆଣବିକ ପାୱାର୍ ପ୍ଲାଣ୍ଟ୍’ରେ ନଆଁ ଲାଗିଯାଇଛି।
ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ମୁଖ୍ୟ କାର୍ଯ୍ୟାଳୟର ଉପଦେଷ୍ଟା ଜ୍ବଳନ୍ତ ‘ଜାପୋରିଝ୍ଝିଆ ଆଣବିକ ପାୱାର୍ ପ୍ଲାଣ୍ଟ୍’ ଏକ ଭିଡିଓ ଟୁଇଟ୍ କରିଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ଏ.ପି.’ ରିପୋର୍ଟ କରିଛି, ୟୁକ୍ରେନ୍ ବିଜୁଳି ଶକ୍ତି ଉତ୍ପାଦନ କ୍ଷେତ୍ରରେ ୨୫% ଅବଦାନ ଦେଉଥିବା ‘ଜାପୋରିଝ୍ଝିଆ ଆଣବିକ ପାୱାର୍ ପ୍ଲାଣ୍ଟ୍’ ନିକଟରେ ବିକିରଣ ସ୍ତର ବୃଦ୍ଧି ପାଇଛି।
ଏହି ଘଟଣାରେ ‘ଇଣ୍ଟର୍ନ୍ୟାସ୍ନାଲ୍ ଆଟୋମିକ୍ ଏନର୍ଜି ଏଜେନ୍ସି’ ମଧ୍ୟ ପ୍ରତିକ୍ରିୟା ବ୍ୟକ୍ତ କରି କହିଛି: ‘ଜାପୋରିଝ୍ଝିଆ ଆଣବିକ ପାୱାର୍ ପ୍ଲାଣ୍ଟ୍’ରେ ବୋମା ବର୍ଷଣ ସଂକ୍ରାନ୍ତରେ ‘ଆଇଏଇଏ’ ଅବଗତ ଅଛି। ପରିସ୍ଥିତି ବିଷୟରେ ଜାଣିବା ଲାଗି ୟୁକ୍ରେନୀୟ କର୍ତ୍ତୃପକ୍ଷମାନଙ୍କ ସହ ଯୋଗସୂତ୍ର ରକ୍ଷା କରିଛନ୍ତି।
Follow Us