EV Car Stopped: ମଝି ରାସ୍ତାରେ ବନ୍ଦ ହେଲା ୧୫ଲକ୍ଷର ଇଭି କାର୍, ଟାଣି ଟାଣି ଘରକୁ ନେଲା ୧.୫ଲକ୍ଷର ଇ-ରିକ୍ସା

ରିକ୍ସା ବୋହିଲା ୧୫ଲକ୍ଷର ଗାଡ଼ି। ହଠାତ୍ ରାସ୍ତାରେ ଇଭି କାର୍ ବନ୍ଦ ହୋଇଯିବାରୁ ରାସ୍ତା ଜାମ୍ ହୋଇଯାଇଥିଲା। ଗାଡ଼ିକୁ ରାସ୍ତାରୁ ହଟାଇବା ପାଇଁ ଚାଳକଜଣଙ୍କୁ ଇ-ରିକ୍ସା ଡାକିବାକୁ ପଡ଼ିଥିଲେ।

ev car

EV Car Stopped Middle Of Road Photograph: (sambad.in)

ଅଲବର: ରିକ୍ସା ବୋହିଲା ୧୫ଲକ୍ଷର ଗାଡ଼ି। ହଠାତ୍ ରାସ୍ତାରେ ଇଭି କାର୍ ବନ୍ଦ ହୋଇଯିବାରୁ ରାସ୍ତା ଜାମ୍ ହୋଇଯାଇଥିଲା। ଗାଡ଼ିକୁ ରାସ୍ତାରୁ ହଟାଇବା ପାଇଁ ଚାଳକଜଣଙ୍କୁ ଇ-ରିକ୍ସା ଡାକିବାକୁ ପଡ଼ିଥିଲେ। ଏହା ପରେ ୧.୫ ଲକ୍ଷ ଟଙ୍କାର ଇ-ରିକ୍ସାଟି କାରକୁ ଟାଣି ଟାଣି ଘରକୁ ନେଇଥିଲା। ଏହି ଘଟଣାଟି ଘଟିଛି ରାଜସ୍ଥାନର ଅଲୱରରେ। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଚାଳକଜଣଙ୍କ କିଛି ଦିନ ପୂର୍ବରୁ ଟାଟା ନେକ୍ସନର ଇଭି କାର୍ କିଣିଥିଲେ ବୋଲି ଜଣାଯାଇଛି। 

୧.୫ ଲକ୍ଷ ଟଙ୍କାର ଇ-ରିକ୍ସା ବୋହିଲା ୧୫ଲକ୍ଷର ଗାଡ଼ି

ସୂଚନା ମୁତାବକ, ଶୁକ୍ରବାର ଦିନ ଘଟିଥିଲା ଏହି ଘଟଣା। ଅଲବରର କାଲା କୁଆଁ ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀ ସୁଭାଷ ଅଗ୍ରୱାଲ ତାଙ୍କ ଟାଟା ନେକ୍ସନ୍ ଇଭି ଧରି ଘରୁ ବାହାରିଥିବା ବେଳେ ଅଧା ବାଟରେ ଗାଡ଼ିରୁ ଚାର୍ଜ ସରିଯାଇଥିଲା। କାରଟି ଜ୍ୟୋତି ରାଓ ଫୁଲେ ସର୍କଲରେ ରାସ୍ତା ମଝିରେ ଅଟକିଯିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା ଏବଂ ଯାତ୍ରୀମାନଙ୍କୁ ଅସୁବିଧା ହୋଇଥିଲା। ଏହା ପରେ, ସୁଭାଷ ଅଗ୍ରୱାଲ ଏକ ଇ-ରିକ୍ସା ବୁକ୍ କରି ଘଟଣାସ୍ଥଳକୁ ଆସିବାକୁ କହିଥିଲେ। ଇ-ରିକ୍ସା ଆସି ଏକ ରଶି ସାହାଯ୍ୟରେ କାରଟିକୁ ଘରକୁ ଟାଣି ଟାଣି ନେଇଥିଲା। ଏହି ସମୟରେ ଲୋକେ ରେକର୍ଡ କରିଥିବା ଭିଡିଓ ଏବେ ଭାଇରାଲ ହେଉଛି।

କାର୍ ତିଆରି ହେଉଛି, ହେଲେ ନାହିଁ ଚାର୍ଜିଂ ଷ୍ଟେସନ

ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଦେଶର ବିଭିନ୍ନ କୋଣରେ ଇଭି କାର୍ ବନ୍ଦ ହୋଇଯିବା ଏବଂ ଜଳିଯିବାର ଘଟଣା ସାମ୍ନାକୁ ଆସିସାରିଛି। ପ୍ରଦୂଷଣ କମ କରିବା ପାଇଁ ସରକାର ଏବେ ଇଭି କାରଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି। କାର୍ କମ୍ପାନିଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ଇଭି କାର ନିର୍ମାଣ କରୁଛନ୍ତି। ପ୍ରତିଦିନ ବଜାରରେ ନୂତନ ଯାନ ଲଞ୍ଚ ହେଉଛି। କିନ୍ତୁ ଏବେ ବି EV କାର୍ ପାଇଁ ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ୍ ନାହିଁ। ଏହା ବ୍ୟତୀତ, କମ୍ପାନିଗୁଡ଼ିକ କାର୍‌ଗୁଡ଼ିକୁ ଚାର୍ଜ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରିନାହାଁନ୍ତି, ଯାହା ଫଳରେ କାର୍ ଚାଳକ ଏବଂ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆହୁରି ପଢ଼ନ୍ତୁ: Delhi Air Pollution: ଦିଲ୍ଲୀର ଏକ୍ୟୁଆଇ ଲଗାତାର ଦ୍ୱିତୀୟ ଦିନ ପାଇଁ ଖରାପ ରହିଛି, ଅନେକ କ୍ଷେତ୍ରରେ ମଧ୍ୟମ

ଆହୁରି ପଢ଼ନ୍ତୁ: Devottes Crowd Panchuka: ଆଜିଠାରୁ ଆରମ୍ଭ ହେଲା ପଞ୍ଚୁକ, ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe