‘‘ଯଦି ତୁମେ ମୋ‌ତେ ମାରି ବି ଦିଅ...’’ : ୱାକଫ ଆଇନକୁ ନେଇ ହିଂସା ମଧ୍ୟରେ ଏକତାର କଥା କହିଲେ ଦିଦି

ୱାକଫ ଆଇନକୁ ନେଇ ପଶ୍ଚିମବଙ୍ଗରେ ହିଂସାତ୍ମକ ପ୍ରତିବାଦ ମଧ୍ୟରେ ରାଜ୍ୟର ମୁସଲିମ ସମ୍ପ୍ରଦାୟକୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁସଲିମମାନଙ୍କର ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କଲେ।

didi

କୋଲକାତା: ୱାକଫ ଆଇନକୁ ନେଇ ପଶ୍ଚିମବଙ୍ଗରେ ହିଂସାତ୍ମକ ପ୍ରତିବାଦ ମଧ୍ୟରେ ରାଜ୍ୟର ମୁସଲିମ ସମ୍ପ୍ରଦାୟକୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ସରକାର ମୁସଲିମମାନଙ୍କର ସମ୍ପତ୍ତିର ସୁରକ୍ଷା ନିଶ୍ଚିତ ଭାବେ କରିବେ ବୋଲି କହିଛନ୍ତି ଦିଦି। 

ଜୈନ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ବିଶ୍ୱ ନବକାର ମହାମନ୍ତ୍ର ଦିବସରେ ଭାଷଣ ଦେଇ ମମତା ବିଜେପିକୁ ଏକ ସୂକ୍ଷ୍ମ  କଟାକ୍ଷ କରି ଏକତା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଜୋର ଦେଇ କହିଛନ୍ତି ଯେ ସେ ଧର୍ମ ଆଧାରରେ ବଙ୍ଗଳାକୁ ବିଭାଜନ କରିବାକୁ ଦେବେ ନାହିଁ।

ନିଜର ମନ୍ତବ୍ୟ ଦେଇ ମମତା କହିଛନ୍ତି "କିଛି ଲୋକ ପଚାରନ୍ତି ଯେ ମୁଁ କାହିଁକି ସବୁ ସଂପ୍ରଦାୟର ଧର୍ମସ୍ଥାନକୁ ଯାଏ। ମୁଁ କହିଥିଲି ଯେ ମୁଁ ମୋର ସମଗ୍ର ଜୀବନକାଳରେ ପରିଦର୍ଶନ କରିବି। ଯଦି ତୁମେ ମୋତେ ଗୁଳି କରିଦିଅ, ତଥାପି ତୁମେ ମୋତେ ଏକତାରୁ ଅଲଗା କରିପାରିବ ନାହିଁ। ବଙ୍ଗଳାରେ ବିଭାଜନ ହେବ ନାହିଁ, ଜିଓ ଔର ଜୀନେ ଦୋ (ବଞ୍ଚ ଏବଂ ବଞ୍ଚିବାକୁ ଦିଅ)।’’

ବଙ୍ଗଳାର ମୁର୍ଶିଦାବାଦରେ, ଏପ୍ରିଲ ୮ ତାରିଖରେ କାର୍ଯ୍ୟକାରୀ ହୋଇଥିବା ୱାକଫ୍ ଆଇନ ବିରୋଧରେ ପ୍ରତିବାଦ ସମୟରେ ପ୍ରଦର୍ଶନକାରୀଙ୍କ ଏକ ଗୋଷ୍ଠୀ ପୁଲିସ ସହିତ ସଂଘର୍ଷ କରିବା ସମୟରେ ପୁଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା ଏବଂ ପଥର ଫିଙ୍ଗାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe