ଲତାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ, ନିଶ୍ବାସ ପ୍ରଶ୍ବାସ ନେବାରେ ହେଉଛି ସମସ୍ୟା

Advertisment
ବିଶିଷ୍ଟ କଣ୍ଠଶିଳ୍ପୀ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କରଙ୍କ ସ୍ବାସ୍ଥ୍ୟା‌ବସ୍ଥା ଉଦ୍‌‌ବେଗଜନକ ରହିଛି। ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଲତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ହସ୍ପିଟାଲ୍‌ ସୂତ୍ରରୁ ପ୍ରକାଶ। ୯୦ ବର୍ଷୀୟା

ଲତା ବର୍ତ୍ତମାନ ବରିଷ୍ଠ ଡାକ୍ତର ପତିତ ସମ୍‌ଧାନିଙ୍କ ଅଧୀନରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ, ତାଙ୍କ ସ୍ବାସ୍ଥ୍ୟାବସ୍ଥା‌ ସ୍ଥିର ରହିଛି ବୋଲି ଲତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୯୨୯ ସେପ୍‌ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଲତା ଜନ୍ମଗ୍ରହଣ କରିଥିଲେ। ନିକଟରେ ସେ ୯୦ତମ ଜନ୍ମ ଦିନ ପାଳିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଲତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଥିବା ଶୁଭେଚ୍ଛା‌ ବାର୍ତ୍ତାର ଅଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଲତା ତୁରନ୍ତ ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ଅଭିନେତ୍ରୀ ହେମା ମାଲିନୀ ଟ୍ବିଟ୍‌ କରିଛନ୍ତି। ସେହିଭଳି ବିଗ୍‌ ‘ବି’ ଅମିତାଭ୍‌ ବଚନ ମଧ୍ୟ ଲତାଙ୍କ ବହୁ ସ୍ମୃତି ସମ୍ବିଳିତ ଫଟୋ ଟ୍ବିଟ୍‌ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe