DNA India
ୱାସିଂଟନ: ପ୍ରତି ୧୧ ମିନିଟରେ ଜଣେ ଝିଅ ବା ମହିଳାଙ୍କୁ ତାଙ୍କ ନିଜ ଲୋକଙ୍କ ଦ୍ବାରା ହତ୍ୟା କରାଯାଉଛି ବୋଲି ଜାତିସଂଘ ମହାସଚିବ ଆଣ୍ଟାନିଓ ଗୁଟେରସ କହିଛନ୍ତି। ଦିଲ୍ଲୀରେ ୨୬ ବର୍ଷୀୟା ଶ୍ରଦ୍ଧା ୱାକରଙ୍କ ନିର୍ମମ ହତ୍ୟା ପରିପ୍ରେକ୍ଷୀରେ ଜାତିସଂଘ ମହାସଚିବ ଏହା କହିଛନ୍ତି। ନଭେମ୍ବର ୨୫ରେ ମହିଳା ହିଂସା ବିଲୋପନ ଦିବସ ପାଳିତ ହେବାକୁ ଯାଉଥିବା ବେଳେ ଗୁଟେରସଙ୍କ ଏହି ବାର୍ତ୍ତା ପ୍ରଣିଧାନଯୋଗ୍ୟ।
ଗୁଟେରସ କହିଛନ୍ତି ଯେ, ମହିଳାମାନେ ଅନ୍ଲାଇନ୍ ହିଂସାର ବି ଶରବ୍ୟ ହେଉଛନ୍ତି। ଅନ୍ଲାଇନ୍ରେ ବହୁ ଲୋକ ଆପତ୍ତିଜନକ କାର୍ଯ୍ୟ କରୁଛନ୍ତି। ମହିଳାଙ୍କ ଅସଂଯତ ଅବସ୍ଥାର ଫଟୋ ଓ ଭିଡ଼ିଓ ବି ଛାଡ଼ୁଛନ୍ତି। ମହିଳାଙ୍କ ପ୍ରତି ପାତରଅନ୍ତର, ହିଂସା, ଅସଦାଚରଣ କ୍ରମଶଃ ବୃଦ୍ଧି ପାଉଛି। ଏହା ଜୀବନର ପ୍ରତି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରତିବନ୍ଧିତ କରୁଛି। ଏହା ସେମାନଙ୍କ ମୌଳିକ ଅଧିକାର, ସ୍ବାଧୀନତା, ସମାନତା ଓ ବିଶ୍ବର ସ୍ବାଭାବିକ ଅଭିବୃଦ୍ଧିକୁ ବାଧାପ୍ରାପ୍ତ କରୁଛି।
Follow Us