ସହମତି ହେଲେ ବାଲଟ ପେପରରେ ନିର୍ବାଚନ ହେବ: ବିଜେପି

Advertisment
ସହମତି ହେଲେ ବାଲଟ ପେପରରେ ନିର୍ବାଚନ ହେବ: ବିଜେପି

ନୂଆଦିଲ୍ଲୀ: ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ ବଦଳରେ ବାଲଟ ପେପରରେ ନିର୍ବାଚନ କରାଇବା ପାଇଁ କେତେକ ବିରୋଧୀ ଦଳ ଦାବି କରି ଆସୁଥିବା ବେଳେ ଆଜି ବିଜେପି ଏ ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ସବୁ ଦଳ ରାଜି ହେଲେ ବାଲଟ ପେପରରେ ନିର୍ବାଚନ ସମ୍ଭବ ହୋଇପାରିବ ବୋଲି ବିଜେପି ସାଧାରଣ ସଂପାଦକ ରାମ ମାଧବ କହିଛନ୍ତି। ଭବିଷ୍ୟତରେ ଇଭିଏମ୍‌ ବଦଳରେ ବାଲଟ ପେପରରେ ନିର୍ବାଚନ କରାଇବା ପାଇଁ ସହମତି ଲୋଡ଼ା ଏବଂ ସହମତି ଭିତ୍ତିରେ ଏହା ସମ୍ଭବ ବୋଲି ସେ କହିଛନ୍ତି। ଏଥିରେ ବିଜେପିର କୌଣସି ଆପତ୍ତି ନାହିଁ ବୋଲି ରାମ ମାଧବ କହିଛନ୍ତି। ବାଲଟ ପେପର ବଦଳରେ ଇଭିଏମ୍‌ରେ ନିର୍ବାଚନ କରାଇବା ନିଷ୍ପତ୍ତି ସହମତି ଭିତ୍ତିରେ ହୋଇଥିଲା ଏବଂ ଏହି ପ୍ରକ୍ରିୟା ବଦଳାଇବାକୁ ହେଲେ ସବୁ ଦଳ ଏହି ପ୍ରସଙ୍ଗରେ ଏକଜୁଟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ବିଭିନ୍ନ ନିର୍ବାଚନରେ ପରାଜୟ ପରେ ବିରୋଧୀ ଦଳଗୁଡ଼ିକ ଇଭିଏମ୍‌ ଉପରେ ଦୋଷ ଲଦୁଥିବା ବେଳେ ଏହାକୁ ନେଇ ବିବାଦ ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe