ପ୍ରତିବର୍ଷ ବିକଳାଙ୍ଗ ହେଉଛନ୍ତି ୨୦୦ ଯବାନ

Advertisment
ପ୍ରତିବର୍ଷ ବିକଳାଙ୍ଗ ହେଉଛନ୍ତି ୨୦୦ ଯବାନ

ନୂଆଦିଲ୍ଲୀ: ପ୍ରତିବର୍ଷ ସେନାବାହିନୀର ପାଖାପାଖି ୨୦୦ ଯବାନ ବିକଳାଙ୍ଗ ହେଉଛନ୍ତି। କୌଣସି ଅପରେସନ୍‌ ସମୟରେ କିମ୍ବା ସଡ଼କ ଦୁର୍ଘଟଣା ଏବଂ ବରଫ ଅତଡ଼ା ଧସି ଆହତ ହେଉଥିବା ଯବାନମାନଙ୍କ ମଧ୍ୟରୁ ପ୍ରତିବର୍ଷ ପାଖାପାଖି ୨୦୦ ଜଣ ଶାରୀରିକ ଭାବେ ଅସମର୍ଥ ହୋଇପଡୁଛନ୍ତି। ସେନାବାହିନୀର ଜଣେ ବରିଷ୍ଠ ଚିକିତ୍ସକଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ସେନାବାହିନୀ ମେଡିକାଲ ସେବାର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ୍‌ ଜେନେରାଲ ବିପିନ ପୁରୀ କହିଛନ୍ତି ଯେ ଶତ୍ରୁ ପକ୍ଷ ରାଷ୍ଟ୍ର କିମ୍ବା ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଯବାନମାନଙ୍କର କେବଳ ହାତ ଗୋଡ଼ ପଙ୍ଗୁ ହେଉନାହିଁ। ପେଟ ଏବଂ ଛାତିରେ ପ୍ରବଳ ଆଘାତ ଲାଗିବାରୁ ସେମାନଙ୍କ ଫୁସ୍‌ଫୁସ୍‌ ଏବଂ ଅନ୍ତଃନଳୀ ବି ଅକାମୀ ହୋଇଯାଉଛି।

କ୍ରମେ ଏହା ସେମାନଙ୍କୁ ଶାରୀରିକ ଭାବେ ପଙ୍ଗୁ କରିଦେଉଛି। ଗତ ୧୦ ବର୍ଷର ତଥ୍ୟକୁ ଆଧାର କରି ବିପିନ୍‌ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଭିନ୍ନ ଯୁଦ୍ଧରେ ଯବାନମାନେ ଶାରୀରିକ ଭିନ୍ନକ୍ଷମ ହେବା ସ୍ୱାଭାବିକ କଥା। କିନ୍ତ୍‌ୁ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣା, ବରଫ ଧସିବା ଭଳି ଘଟଣା ଯୋଗୁ ଏଭଳି ସମସ୍ୟା ଉପୁଜିବା ପରିତାପର ବିଷୟ। ତେଣୁ ଏ କ୍ଷେତ୍ରରେ ସେନା ବାହିନୀକୁ ସକାରାତ୍ମକ ପଦକ୍ଷେପ ନେବାକୁ ହେବ। ଯବାନମାନେ ଶାରୀରିକ, ଆବେଗିକ, ମନସ୍ତାତ୍ତ୍ୱିକ ଏବଂ ସାମାଜିକ ସମସ୍ୟାର ଶିକାର ହେଉଥିବା ସେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଓ ଦୁର୍ଘଟଣା ଯୋଗୁ ଶାରୀରିକ ଭିନ୍ନକ୍ଷମ ହୋଇଯାଉଥିବା ଯବାନଙ୍କ ଚିକିତ୍ସା ଲାଗି ପୁନେରେ ଏକ ଆର୍ଟିଫିସିଆଲ୍‌ ଲିମ୍ବ୍‌ ସେଣ୍ଟର (ଏଏଲ୍‌ସି) ରହିଛି। ତା’ଛଡ଼ା ଚଣ୍ଡିଗଡ଼ ଓ ଗୌହାଟୀରେ ୫ଟି ଏଏଲ୍‌ସି ସବ୍‌-ସେଣ୍ଟର ନିର୍ମାଣ କରାଯାଉଛି। ଦିଲ୍ଲୀ ଓ ଲକ୍ଷ୍ନୌରେ ଗୋଟିଏ ଲେଖାଏଁ ନୂଆ ହସ୍ପିଟାଲ୍‌ ବି ନିର୍ମାଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe