ବେଙ୍ଗାଲୁରୁ : ଇଭିଏମ୍ ଜାଲିଆତି ଅଭିଯୋଗ ନେଇ ଏବେ ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହୋଇଛନ୍ତି। ଗତକାଲି ୨୨ଟି ବିରୋଧୀ ଦଳ ଇଭିଏମ୍ ଜାଲିଆତି ସଂପର୍କରେ ନିର୍ବାଚନ କମିସନ୍ଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ସେମାନେ ନିର୍ବାଚନ କମିସନଙ୍କ ଭିଭିପାଟ୍ ସଂକ୍ରାନ୍ତ ନିଷ୍ପତ୍ତିକୁ ସହଜରେ ସହଜରେ ଗ୍ରହଣ କରିନାହାନ୍ତି। ଗତକାଲି ହୋଇଥିବା ବିରୋଧୀ ଦଳମାନଙ୍କ ବୈଠକରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଯୋଗ ଦେଇନଥିବାରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଆଜି ବେଙ୍ଗାଲୁରୁ ଗସ୍ତ କରି ସେଠାରେ କୁମାରସ୍ବାମୀ ଏବଂ ଜେଡିଏସ୍ ସୁପ୍ରିମୋ ଏଚ୍ଡି ଦେବଗୌଡ଼ାଙ୍କୁ ସାକ୍ଷାତ କରିଛନ୍ତି କୁମାରସ୍ବାମୀ ଏବଂ ଦେବଗୌଡ଼ାଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ନାଇଡ଼ୁଙ୍କ ଆଲୋଚନା ହୋଇଥିବା ଜଣାପଡ଼ିଛି। ନିର୍ବାଚନ ପରବର୍ତ୍ତୀ ରଣନୀତି ନେଇ ମଧ୍ୟ ଏହି ଅବସରରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ନାଇଡ଼ୁ କହିଛନ୍ତି ପ୍ରଥମେ ବିଜେପ ମଧ୍ୟ ଇଭିଏମ୍କୁ ବିରୋଧ କରୁଥିଲା। ଉତ୍ତରପ୍ରଦେଶରେ ଷ୍ଟ୍ରଙ୍ଗରୁମ୍ ପରିବର୍ତ୍ତେ ହୋଟେଲ୍ ଏବଂ ଘରମାନଙ୍କରେ ଇଭିଏମ୍ ଦେଖିବାକୁ ମିଳିଛି ବୋଲି ନାଇଡ଼ୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଦେବଗୌଡ଼ା କହିଛନ୍ତି ଯେ ଇଭିଏମ୍ ନେଇ ସେ ମଧ୍ୟ ୨୦୦୬ରେ ନିର୍ବାଚନ କମିସନ୍ଙ୍କ ନିକଟକୁ ପତ୍ର ଲେଖିଥିଲେ। ବାଲଟ ପେପର ଫେରାଇ ଆଣିବାପାଇଁ ସେ ଚାହୁଥିଲେ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଜେଡିଏସ୍ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଉଥିବା ବେଳେ ନାଇଡ଼ୁ ମଧ୍ୟ ରାହୁଲଙ୍କ ସପକ୍ଷରେ ଦୃଢ଼ ମତ ରଖିଛନ୍ତି। ମେ’ ୨୩ ପରେ ଆମେ ପରବର୍ତ୍ତୀ ରଣନୀତି ବୈଠକ କରିବୁ ବୋଲି ନାଇଡ଼ୁ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us