ଆନ୍ଦୋଳନ ଧମକ: ଇଭିଏମ୍‌ ତ୍ରୁଟି, ନିର୍ବାଚନୀ ହିଂସା ମାମଲା, ଇସିଙ୍କୁ ଭେଟିଲେ ଟିଏମ୍‌ସି, ବିଜେପି ପ୍ରତିନିଧି ଦଳ

Advertisment
ଆନ୍ଦୋଳନ ଧମକ: ଇଭିଏମ୍‌  ତ୍ରୁଟି, ନିର୍ବାଚନୀ ହିଂସା ମାମଲା, ଇସିଙ୍କୁ ଭେଟିଲେ ଟିଏମ୍‌ସି, ବିଜେପି ପ୍ରତିନିଧି ଦଳ

The Better India

କୋଲକାତା: ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଳେ ଶୁକ୍ରବାର ନନ୍ଦୀଗ୍ରାମରେ ହୋଇଥିବା ହିଂସା ପାଇଁ ଉଭୟ ଟିଏମ୍‌ସି ଏବଂ ବିଜେପି ପରସ୍ପରକୁ ଦାୟୀ କରି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ୧୫୦ରୁ ଅଧିକ ଇଭିଏମ୍‌ ଖରାପ ଥିବାରୁ ଏ ନେଇ ଉଦ୍‌ବେଗ ପ୍ରକାଶ କରି ଟିଏମ୍‌ସିର ବରିଷ୍ଠ ନେତା ଯଶୋବନ୍ତ ସିହ୍ନା ଏବଂ ଡେରେକ୍‌ ଓବ୍ରାଏନ୍‌ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିସନ୍‌ଙ୍କୁ ଭେଟିଛନ୍ତି। ଗୁରୁବାର ନନ୍ଦୀଗ୍ରାମରେ ଭୋଟ୍‌ ଚାଲିଥିବା ବେଳେ ବିଜେପି କର୍ମୀ ହିଁ ହିଂସାକାଣ୍ଡ ଘଟାଇଥିଲେ ଏବଂ ସେମାନଙ୍କୁ ସିଏପିଏଫ୍‌ ସହଯୋଗ କରିଥିଲା ବୋଲି ଟିଏମ୍‌ସି ଅଭିଯୋଗ କରିଛି। ଅବଶିଷ୍ଟ ୬ ପର୍ଯ୍ୟାୟ ନିର୍ବାଚନରେ ସିଏପିଏଫ୍‌ ଯବାନ ମୁତୟନ ନ କରିବାକୁ ସେମାନେ କମିସନ୍‌ଙ୍କ ନିକଟରେ ଦାବି କରିଛନ୍ତି। ଟିଏମ୍‌ସି ସାଂସଦ ସୌଗତ ରାୟ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଏ ଦିଗରେ ନିର୍ବାଚନ କମିସନ ତ୍ବରିତ ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟ ବ୍ୟାପୀ ଦଳ ଆନ୍ଦୋଳନ କରିବ।

ସୂଚନାଯୋଗ୍ୟ, ଗୁରୁବାର ନନ୍ଦୀଗ୍ରାମର ବୟାଲ ବୁଥ୍‌ରେ ମମତା ବାନାର୍ଜୀ ହ୍ବିଲ୍‌ଚେୟାରରେ ବସି ୨ ଘଣ୍ଟା ଅଟକି ରହିଥିଲେ। ବୁଥ୍‌ ବାହାରେ ବିଜେପି-ତୃଣମୂଳ ସମର୍ଥକ ମୁହାଁମୁହିଁ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଘଟଣା ସମ୍ପର୍କରେ ମମତା ରାଜ୍ୟପାଳଙ୍କୁ ଫୋନ୍‌ରେ ଜଣାଇଥିଲେ।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ଆଜି ବିଜେପି ଇସିଙ୍କ ନିକଟରେ ଅଭିଯୋଗ କରିଛି। ନନ୍ଦୀଗ୍ରାମର ଏକ ବୁଥ୍‌ରେ ସମର୍ଥକମାନଙ୍କ ଗହଣରେ ବସି ମମତା ଭୋଟରମାନଙ୍କୁ ପ୍ରଭାବିତ କରିବା ସହ ମତଦାନରେ ବାଧା ସୃଷ୍ଟି କରିଥିଲେ ବୋଲି ବିଜେପି ନେତା ଶିଶିର ବାଜୋରିଆଙ୍କ ନେତୃତ୍ବରେ ଆଜି ବିଜେପିର ଏକ ପ୍ରତିନିଧିମଣ୍ଡଳୀ ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe