ତେଜିଲା ଇଭିଏମ୍‌ ବିବାଦ

Advertisment

ଇସିଙ୍କୁ ଭେଟିଲେ ୨୨ ବିରୋଧୀ ଦଳ ୧୦୦% ଭିଭିପିଏଟି ସ୍ଲିପ୍‌ ଗଣତି ଦାବି ଦିଲ୍ଲୀରେ ବୈଠକ, ସ୍ମାରକପତ୍ର ପ୍ରଦାନ ଷ୍ଟ୍ରଂ ରୁମ୍‌ରେ ଇଭିଏମ୍‌ ସୁରକ୍ଷିତ: ଇସି ବିରୋଧୀ ଦଳଙ୍କ ଦାବି ନେଇ ଆଜି ଇସି ବୈଠକ

ଇସିଙ୍କୁ ଭେଟିଲେ ୨୨ ବିରୋଧୀ ଦଳ ୧୦୦% ଭିଭିପିଏଟି ସ୍ଲିପ୍‌ ଗଣତି ଦାବି ଦିଲ୍ଲୀରେ ବୈଠକ, ସ୍ମାରକପତ୍ର ପ୍ରଦାନ ଷ୍ଟ୍ରଂ ରୁମ୍‌ରେ ଇଭିଏମ୍‌ ସୁରକ୍ଷିତ: ଇସି ବିରୋଧୀ ଦଳଙ୍କ ଦାବି ନେଇ ଆଜି ଇସି ବୈଠକ

ତେଜିଲା ଇଭିଏମ୍‌ ବିବାଦ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଆଜି ୨୨ଟି ବିରୋଧୀ ଦଳ ଏକଜୁଟ୍‌ ହୋଇ ଇଭିଏମ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଇଭିଏମ୍‌ରେ ଜାଲିଆତି ଅଭିଯୋଗ ଆଣି ଆଜି ସେମାନେ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ସମସ୍ତ ଭିଭିପିଏଟି ସ୍ଲିପ୍‌ ଗଣତି କରିବା ଦାବି ନେଇ ଆଜି ବିରୋଧୀ ଦଳଗୁଡ଼ିକର ଏକ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଏବଂ ଏହାପର ୨୨ଟି ଦଳର ନେତା ନିର୍ବାଚନ କମିସନଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ। ଟିଡିପି ସଭାପତି ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ଦଳର ନେତା ଶତ ପ୍ରତିଶତ ଭିଭିପିଏଟି ସ୍ଲିପ୍‌ ଗଣତି ପାଇଁ ଦାବି ଉଠାଇଥିଲେ। ତେବେ ନିର୍ବାଚନ କମିସନ ଆଜି ଏହି ପ୍ରସଙ୍ଗରେ ବୟାନ ଜାରି କରି କହିଛନ୍ତି ଯେ ଦେଶର ସମସ୍ତ ଷ୍ଟ୍ରଂ ରୁମ୍‌ରେ ଇଭିଏମ୍‌ ସୁରକ୍ଷିତ ରହିଛି ଏବଂ କୌଣସି କ୍ଷେତ୍ରରେ ମଧ୍ୟ ଅନିୟମିତତା ନାହିଁ। ଇଭିଏମ୍‌ର ସୁରକ୍ଷାକୁ ନେଇ ଯେଉଁ ସନ୍ଦେହ କରାଯାଉଛି ତାହାର କୌଣସି ଭିତ୍ତି ନାହିଁ ବୋଲି ନିର୍ବାଚନ କମିସନ କହିଛନ୍ତି। ଅହରହ ସୁରକ୍ଷା ବଳୟରେ ଷ୍ଟ୍ରଂରୁମ୍‌ ରହିଛି ଏବଂ ଲଗାତାର ଭିଡିଓ ରେକର୍ଡିଂ ଚାଲିଥିବାରୁ ସୁରକ୍ଷାରେ କୌଣସି ଅବହେଳାର ପ୍ରଶ୍ନ ନାହିଁ ବୋଲି ନିର୍ବାଚନ କମିସନ କହିଛନ୍ତି। ତେବେ ବିରୋଧୀ ଦଳମାନଙ୍କ ଦାବି ସଂପର୍କରେ ଆଲୋଚନା ପାଇଁ ଆସନ୍ତାକାଲି ନିର୍ବାଚନ କମିସନଙ୍କ ବୈଠକ ଅନୁଷ୍ଠିତ ହେବ।
ବୈଠକରେ କଂଗ୍ରେସ ସମେତ ଟିଡିପି, ବାମଦଳ, ବିଏସ୍‌ପି, ଏସ୍‌ପି, ଏନ୍‌ସିପି ଏବଂ ଟିଏମ୍‌ସି ନେତାମାନେ ସାମିଲ ହୋଇଥିଲେ ।

publive-image କଂଗ୍ରେସ ପକ୍ଷରୁ ଗୁଲାମନବୀ ଆଜାଦ, ଏସ୍‌ପି ନେତା ରାମ ଗୋପାଳ ଯାଦବ, ବିଏସ୍‌ପିର ସତୀଶ ଚନ୍ଦ୍ର ମିଶ୍ର, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ସିପିଏମ୍‌ ନେତା ସୀତାରାମ ୟେଚୁରୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ଭୋଟ ଗଣତିର ୨ ଦୁଇ ଦିନ ପୂର୍ବରୁ ଆଜି ବିରୋଧୀ ଦଳଗୁଡ଼ିକ ଶତ ପ୍ରତିଶତ ଭିଭିପିଏଟି ସ୍ଲିପ୍‌ ଗଣତି ଦାବି କରିବା ନେଇ ରାଜନୀତି ସରଗରମ ହୋଇଉଠିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ଏକ୍‌ଜିଟ୍‌ ପୋଲକୁ ବିରୋଧୀ ଦଳମାନେ ପ୍ରତ୍ୟାଖ୍ୟାନ କରିବା ସହ ଅଣ-ଏନ୍‌ଡିଏ ସରକାର ଗଠନ ପାଇଁ ଜୋର୍‌ଦାର ପ୍ରୟାସ ଜାରି ରଖିଛନ୍ତି। ଆଜି ବୈଠକରେ ଅଷ୍ଟ୍ରେଲିଆ ନିର୍ବାଚନ ସଂପର୍କରେ ମଧ୍ୟ ଚର୍ଚ୍ଚା ହୋଇଥିଲା, ଯେଉଁଠି ଏକ୍‌ଜିଟ୍‌ ପୋଲ ସଂପୂର୍ଣ୍ଣ ଭୁଲ୍‌ ସାବ୍ୟସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe