ମଧ୍ୟ ପ୍ରଦେଶରେ ଇଭିଏମ୍‌ ଜାଲିଆତି ଅଭିଯୋଗ, ମେସିନ୍‌ରେ କୌଣସି ତ୍ରୁଟି ନାହିଁ: କମିସନ୍‌

Advertisment
ଇଭିଏମ୍‌ ଜାଲିଆତି ପ୍ରସଙ୍ଗ: ବାଲଟ୍‌ ପେପର୍‌ ପ୍ରଚଳନ ପାଇଁ ବିରୋଧୀ ଦଳଙ୍କ ଦାବି

ଭୋପାଳ: ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଇଭିଏମ୍‌ ମେସିନ୍‌ରେ ଜାଲିଆତି ହୋଇଥିବା ନେଇ ବିରୋଧୀମାନେ ଅଭିଯୋଗ କରିଛନ୍ତି। ଗତକାଲି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଏ ବାବଦରେ ନିର୍ବାଚନ କମିସନ୍‌ଙ୍କ ନିକଟରେ ଫେରାଦ ହେବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ନିର୍ବାଚନ କମିସନ୍‌ ଦୁଇଟି ଭୁଲ ହୋଇଥିବା ସ୍ବୀକାର କରିଛନ୍ତି। କମିସନ୍‌ କହିଛନ୍ତି, ମେସିନ୍‌ରେ କୌଣସି ପ୍ରକାର ତ୍ରୁଟି ନାହିଁ। ଦୁଇଟି ଘଟଣାରେ କିନ୍ତୁ ଇଭିଏମ୍‌ ନିୟମାବଳି ଉଲ୍ଲଂଘନ କରାଯାଇଛି। ଏଥିପାଇଁ ନାଏବ ତହସିଲଦାର ରା‌ଜେଶ ମେହରାଙ୍କୁ ନିଲମ୍ବନ କରାଯାଇଛି। ବିରୋଧୀ କଂଗ୍ରେସ ଅଭିଯୋଗ କରିଛି ‌ଯେ ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ମତଦାନର ୪୮ ଘଣ୍ଟା ପରେ ନମ୍ବର‌ ପ୍ଲେଟ୍‌ ନଥିବା ଏକ ସ୍କୁଲ୍‌ ବସ୍‌ ଇଭିଏମ୍‌ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। କଂଗ୍ରେସ ନେତା ବିବେକ ତନଖା ଅଭିଯୋଗ କରିଛନ୍ତି ଯେ ଅତିରିକ୍ତ ଇଭିଏମ୍‌ଗୁଡ଼ିକୁ ମତଦାନର ଦୁଇଘଣ୍ଟା ମଧ୍ୟରେ ଜମା କରାଯିବାର ଥିଲା। କିନ୍ତୁ ଦୁଇଦିନ ପରେ ଏହା ପହଞ୍ଚାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe