ପିକଚର ଏବେ ବି ବାକି ଅଛି: ପୂର୍ବତନ ସେନା ମୁଖ୍ୟ

Advertisment

ପୂର୍ବତନ ସେନା ମୁଖ୍ୟ ମନୋଜ ନରବଣେ,‘ଏହି ଅପରେସନକୁ ନେଇ କହିଛନ୍ତି, ‘ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହେବାପରେ ପିକ୍ଚର ‌ଶେଷ ହୋଇନାହିଁ। ଆଗକୁ  ଆହୁରି ବି ବାକି ଅଛି।’

ପୂର୍ବତନ ସେନା ମୁଖ୍ୟ ମନୋଜ ନରବଣେ,‘ଏହି ଅପରେସନକୁ ନେଇ କହିଛନ୍ତି, ‘ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହେବାପରେ ପିକ୍ଚର ‌ଶେଷ ହୋଇନାହିଁ। ଆଗକୁ  ଆହୁରି ବି ବାକି ଅଛି।’

er

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ ପାକିସ୍ତାନକୁ ଏକ ଶକ୍ତ ଝଟକା ଦେଇଛି। ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତ ଏହି ଅଭିଯାନର ନାମ  ଦେଇଛି ଅପରେସନ ସିନ୍ଦୂର ।  

ଅପରେସନ ସିନ୍ଦୂର ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଥିବା ସୂଚନା ମିଳିଛି।

ପୂର୍ବତନ ସେନା ମୁଖ୍ୟ ମନୋଜ ନରବଣେ,‘ଏହି ଅପରେସନକୁ ନେଇ କହିଛନ୍ତି, ‘ ପିକ୍ଚର ଏଠି ‌ଶେଷ ହୋଇନାହିଁ ଆଗକୁ  ଆହୁରି ବି ବାକି ଅଛି।’

ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ବିବାଦକୁ  ବୃଦ୍ଧି କରିବାକୁ ଉଦ୍ୟମ କ‌ରେ ତେବେ ଏହି ଆକ୍ରମଣ ପରି ଆଗକୁ ଆହୁର ଶକ୍ତିଶାଳୀ  ଆକ୍ରମଣ ହେବ। ପାକିସ୍ତାନର ପ୍ରତିଟି ଆକ୍ରମଣର ଜବାବ ଦେବାକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ରାତିର ଅନ୍ଧାରରେ କରାଯାଇଥିବା  ଅପରେସନରେ, ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ସାହାଯ୍ୟରେ ନଅଟି ପ୍ରମୁଖ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe