ବ୍ୟାଙ୍କ୍‌ କର୍ମଚାରୀ ହେଲେ ଅନ୍‌ଲାଇନ୍‌ ଠକେଇର ଶିକାର, ଆଧାର ଲିଙ୍କ୍‌ କରାଇବାକୁ କହି ଲୁଟିଲେ ୯୯ ହଜାର

Advertisment

ଜାଣନ୍ତୁ, ଓଟିପି ହାତେଇବା ପାଇଁ ଅନ୍‌ଲାଇନ୍‌ ଠକ ଗୋଷ୍ଠୀ କରୁଛନ୍ତି କି କୌଶଳର ଅବଲମ୍ବନ

ଜାଣନ୍ତୁ, ଓଟିପି ହାତେଇବା ପାଇଁ ଅନ୍‌ଲାଇନ୍‌ ଠକ ଗୋଷ୍ଠୀ କରୁଛନ୍ତି କି କୌଶଳର ଅବଲମ୍ବନ

ବ୍ୟାଙ୍କ୍‌ କର୍ମଚାରୀ ହେଲେ ଅନ୍‌ଲାଇନ୍‌ ଠକେଇର ଶିକାର, ଆଧାର ଲିଙ୍କ୍‌ କରାଇବାକୁ କହି ଲୁଟିଲେ ୯୯ ହଜାର

Deccan Chronicle

କୋଚି: ଅନ୍‌ଲାଇନ୍‌ ଜରିଆରେ ବ୍ୟାଙ୍କ୍‌ ଠକେଇ କରୁଥିବା ଠକମାନେ ଏବେ ଏକ ନୂଆ କୌଶଳ ଆପଣାଇଥିବା ଦେଖିବାକୁ ମିଳିଛି। ଖୋଦ୍‌ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍‌ କର୍ମଚାରୀ ଏପରି ଠକମାନଙ୍କର ଶିକାର ହୋଇ ୯୯,୦୦୦ ହଜାର ଟଙ୍କା ହରାଇବା ପରେ ଏଇ ଘଟଣା ଏବେ ଲୋକଲୋଚନକୁ ଆସିଛି।

ଏହି ଠକ ଗୋଷ୍ଠୀ ଆପଣାଇଥିବା ନୂଆ କୌଶଳରେ ବ୍ୟାଙ୍କ୍‌ ଗ୍ରାହକଙ୍କୁ ଫୋନ୍‌ କରି କହୁଛନ୍ତି ଯେ ସେମାନେ ରିଜର୍ଭ ବ୍ୟାଙ୍କ୍‌ର ଅଧିକାରୀ ଏବଂ ବ୍ୟାଙ୍କ୍‌ ଆକାଉଣ୍ଟରେ ଆଧାର କାର୍ଡକୁ ଲିଙ୍କ୍‌ କରାଇବାରେ ସେମାନେ ସହାୟତା କରିବେ। ପରେ ସେମାନେ ସେମାନଙ୍କ ଆଡ଼ୁ ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ତାଙ୍କ ନାମ, ଠିକଣା, ବ୍ୟାଙ୍କ୍‌ର ନାମ, ଶାଖା ଓ ଆକାଉଣ୍ଟ ନମ୍ବର ଆଦି ବାବଦରେ ସମସ୍ତ ତଥ୍ୟ ଦେଉଛନ୍ତି। ପରେ ଆଧାରକାର୍ଡ ନମ୍ବର ପଚାରିବା ସହ କହୁଛନ୍ତି ଯେ ଏବେ ଆପଣଙ୍କ ମୋବାଇଲ୍‌ ଫୋନ୍‌ ନମ୍ବରକୁ ଏସ୍‌ଏମ୍‌ଏସ୍‌ରେ ଏକ ଓଟିପି (ଓ୍ଵାନ୍‌ ଟାଇମ୍‌ ପାସ୍‌ ଓ୍ଵାର୍ଡ) ଗଲା ସେଇଟିକୁ ଦିଅନ୍ତୁ, ଆପଣଙ୍କ ଆଧାର ଲିଙ୍କ୍‌ ସଂପୂର୍ଣ୍ଣ ହୋଇଯିବ। ଏତେ ସବୁ ସଠିକ୍‌ ତଥ୍ୟ ଜଣେ ଅଜ୍ଞାତ ଠକ ଠାରୁ ଶୁଣିବା ପରେ ବ୍ୟକ୍ତି ଜଣକ ତାକୁ ଏସ୍‌ଏମ୍‌ଏସ୍‌ରେ ପାଇଥିବା ଓଟିପି ନମ୍ବର କହୁଛନ୍ତି ଏବଂ ଏହାର କିଛି ସମୟ ପରେ ତାଙ୍କ ଫୋନ୍‌କୁ ଆଉ ଏକ ଏସ୍‌ଏମ୍‌ଏସ୍‌ ଆସୁଛି ଆଉ ଯେଉଁଥିରେ ଉଲ୍ଲେଖ ରହୁଛି ଯେ ତାଙ୍କ ଆକାଉଣ୍ଟରୁ ୯୯,୦୦୦ ଟଙ୍କା ଉଠିଗଲା। ଏହିପରି ଭାବରେ ଏକ ଠକ ଗୋଷ୍ଠୀ ଦ୍ୱାରା ଠକାମିର ଶିକାର ହେବାପରେ ସଂପୃକ୍ତ ଅବସରପ୍ରାପ୍ତ ବ୍ୟାଙ୍କ୍‌ କର୍ମଚାରୀ ଆଲାପୁଝା ସାଇବର ଥାନାରେ ଅଭିଯୋଗ କରିବା ସହ ଘଟଣା ସଂପର୍କରେ କେରଳର ପୁଲିସ୍‌ ଡିଜି ଲୋକନାଥ ବେହେରାଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲେ।

publive-image Onmanorama - Malayala Manorama

ପରେ, ପୁଲିସ୍‌ ଡିଜି ଲୋକନାଥ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସାଇବର ପୋଲିସ୍‌ ଘଟଣା ସଂପର୍କରେ ବ୍ୟାପକ ତଦନ୍ତ ଆରମ୍ଭ କରି ଏହି ଠକ ଗୋଷ୍ଠୀଙ୍କ ବାବଦରେ ଯେଉଁ ତଥ୍ୟ ପାଇଛନ୍ତି ତାହା ଆହୁରି ଚାଞ୍ଚଲ୍ୟକର। କେରଳ ସାଇବର ପୋଲିସ୍‌ ଜାଣିବାକୁ ପାଇଛି ଯେ ଯେତେବେଳେ ଅନ୍‌ଲାଇନ୍‌ ଜରିଆରେ ଲୋକମାନେ ସେମାନଙ୍କର ଡେବିଟ୍‌ ବା କ୍ରେଡିଟ୍‌ କାର୍ଡ ବ୍ୟବହାର କରି କିଛି କିଣାକିଣି କରୁଛନ୍ତି ବା କୌଣସି ଦେୟ ପୈଠ କରୁଛନ୍ତି, ସେତେବେଳେ ଏହି ଠକ ଗୋଷ୍ଠୀ ସେମାନଙ୍କ କାର୍ଡର ସମସ୍ତ ତଥ୍ୟ ଯେପରିକି କେଉଁ ବ୍ୟାଙ୍କ୍‌ର କାର୍ଡ, କାର୍ଡଧାରୀଙ୍କ ନାମ, କାର୍ଡ ନମ୍ବର, କେବେ ଠାରୁ କେବେ ପର୍ଯ୍ୟନ୍ତ କାର୍ଡଟି ବୈଧ ଅଛି ଏପରିକି କାର୍ଡର ସିଭିସି ନମ୍ବରକୁ ସୁଦ୍ଧା ହାତେଇ ନେବାରେ ସମର୍ଥ ହେଉଛନ୍ତି। ପରେ ଏହି ସବୁ ତଥ୍ୟକୁ ବ୍ୟବହାର କରି ନକଲି ବା ଜାଲି କାର୍ଡ ପ୍ରସ୍ତୁତ କରି ଦେଉଛନ୍ତି। ହେଲେ, ଯେତେବେଳେ ସେମାନେ ଏହି ନକଲି ବା ଜାଲି କାର୍ଡର ବ୍ୟବହାର କରୁଛନ୍ତି ସେତେବେଳେ ବ୍ୟାଙ୍କ୍‌ ପକ୍ଷରୁ ଏସ୍‌ଏମ୍‌ଏସ୍‌ରେ ଯାଉଥିବା ଓଟିପିଟି ଯାଉଛି ପ୍ରକୃତ କାର୍ଡଧାରୀ ପାଖକୁ। ସେଥିପାଇଁ ସେମାନେ ସେଇ ଓଟିପିକୁ ହାତେଇବା ପାଇଁ କେତେବେଳେ ଆଧାର ଲିଙ୍କ୍‌, କେତେବେଳେ ନୂଆ କାର୍ଡ ପ୍ରଦାନ ଆଦି ବିଭିନ୍ନ ପ୍ରକାରର ଆଳ ଦେଖାଉଛନ୍ତି ଏବଂ ବ୍ୟାଙ୍କ୍‌ରୁ ଫୋନ୍‌ କରୁଛନ୍ତି ବୋଲି କହି ଗ୍ରାହକ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ସେମାନଙ୍କ ଆଡୁ ଆଗତୁରା ପାଖରେ ରଖିଥିବା ସମସ୍ତ ତଥ୍ୟ ଦେଉଛନ୍ତି। ଏସବୁ ଶୁଣି ଗ୍ରାହକ ଯେତେବେଳେ ବିଶ୍ୱାସରେ ସେମାନଙ୍କୁ ଓଟିପି ଦେଉଛି, ସେତେବେଳେ ଏହି ଠକ ଗୋଷ୍ଠୀ ଗ୍ରାହକର କାର୍ଡରୁ ବା ଆକାଉଣ୍ଟରୁ ଟଙ୍କା ହଡପ୍‌ କରି ନେବାରେ ସମର୍ଥ ହେଉଛି ବୋଲି କହିଛି କେରଳ ସାଇବର ପୋଲିସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe