ଆକ୍ରମଣ ମାମଲାରେ ବିହାରର ପୂର୍ବତନ ମନ୍ତ୍ରୀଙ୍କୁ ଦୁଇ ବର୍ଷ କାରାଦଣ୍ଡ

Advertisment
ଆକ୍ରମଣ ମାମଲାରେ ବିହାରର ପୂର୍ବତନ ମନ୍ତ୍ରୀଙ୍କୁ ଦୁଇ ବର୍ଷ କାରାଦଣ୍ଡ

ପାଟନା: ବିହାରର ବକ୍ସର ଜିଲ୍ଲାର ଏକ ଅଦାଲତ ଶୁକ୍ରବାର ଦିନ ପୂର୍ବତନ ରାଜ୍ୟ ମନ୍ତ୍ରୀ ଦାଦନ ପହଲୱାନ ଏବଂ ଅନ୍ୟ ୧୦ ଜଣଙ୍କୁ ୨୦୦୫ରେ ସଂଘଟିତ ଏକ ଶାରୀରିକ ନିର୍ଯାତନା (ଆକ୍ରମଣ) ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏ ସଂପର୍କରେ ସୂଚନା ପ୍ରଦାନ କରି ଅତିରିକ୍ତ ସରକାରୀ ଓକିଲ ସତ୍ୟ ପ୍ରକାଶ ସିଂ ଗଣମାଧ୍ୟ୍ୟମକୁ କହିଛନ୍ତି ଯେ ସ୍ୱତନ୍ତ୍ର ବିଚାରପତି କିସପ୍ରାଚାଲା ଅଞ୍ଜାଲିଙ୍କ ସାଂସଦ/ବିଧାୟକ ଅଦାଲତ ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ପହଲୱାନ ଏବଂ ଅନ୍ୟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଦୁଇ ବର୍ଷ ପାଇଁ କାରାଦଣ୍ଡ ସହ ଦୋଷୀମାନଙ୍କ ଉପରେ ୫,୦୦୦ ଟଙ୍କା ଲେଖାଁଏର ଜରିମାନା ମଧ୍ୟ ଲଗାଇଛନ୍ତି। ପହଲୱାନଙ୍କ ଓକିଲ ରାମାନନ୍ଦ ମିଶ୍ର କହିଛନ୍ତି, ଆମେ ପାଟନା ହାଇକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିବୁ।

ଆବେଦନକାରୀ ରାମଜୀ ସିଂ ଯାଦବ ଅଭିଯୋଗ କରିଥିଲେ ଯେ ପୂର୍ବତନ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦୁମରାଓନରେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ପହଲୱାନ ଏବଂ ତାଙ୍କ ସମର୍ଥକମାନେ ତାଙ୍କୁ ଉପରେ ଆକ୍ରମଣ କରିଥିଲେ ଏବଂ ସେ ଅଳ୍ପକେ ମୃତ୍ୟୁରୁ ରକ୍ଷା ପାଇଥିଲେ। ଅକ୍ଟୋବର ୨୫, ୨୦୦୫ରେ ଦୁମରାଓନ ପୁଲିସ ଷ୍ଟେସନରେ ଏ ଘଟଣା ସଂପର୍କରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା।

ପହଲୱାନ ଦୁମରାଓନରୁ ଚାରି ଥର ବିଧାୟକ ନିର୍ବାଚିତ ହୋଇଥିଲେ। ସେ ପ୍ରଥମେ ୨୦୦୦ ମସିହାରେ ସ୍ୱାଧୀନ ବିଧାୟକ ଭାବରେ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାବ୍‌ରି ଦେବୀଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥ ମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe