ପଞ୍ଚତାରକା ହୋଟେଲ୍‌ ସାମ୍ନାରେ ବନ୍ଧୁକ ଦେଖାଇ ହଙ୍ଗାମା କରିଥିବା ପୂର୍ବତନ ବିଏସପି ସାଂସଦଙ୍କ ପୁଅ କୋର୍ଟରେ ଆତ୍ମସମର୍ପଣ କଲେ

Advertisment
ପଞ୍ଚତାରକା ହୋଟେଲ୍‌ ସାମ୍ନାରେ ବନ୍ଧୁକ ଦେଖାଇ ହଙ୍ଗାମା କରିଥିବା ପୂର୍ବତନ ବିଏସପି ସାଂସଦଙ୍କ ପୁଅ କୋର୍ଟରେ ଆତ୍ମସମର୍ପଣ କଲେ

ANI PHOTO

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜଣାଶୁଣା ପଞ୍ଚତାରକା ହୋଟେଲ୍‌ ସମ୍ମୁଖରେ ବନ୍ଧୁକ ଦେଖାଇ ବଚସା କରିଥିବା ବହୁଜନ ସମାଜ ପାର୍ଟିର ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେ ଶେଷରେ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ଅକ୍ଟୋବର ୧୪ ତାରିଖରେ ଦିଲ୍ଲୀର ହୟାତ ରିଜେନ୍ସି ହୋଟେଲ୍‌ ସମ୍ମୁଖରେ ବନ୍ଧୁକ ଦେଖାଇ କେତେକ ଅତିଥିଙ୍କୁ ଭୟଭୀତ କରିବା ଘଟଣାରେ ତାଙ୍କୁ ପୁଲିସ ଖୋଜୁଥିଲା। ଗୁରୁବାର ସେ ପତିଆଲା ହାଉସ କୋର୍ଟରେ ଆତ୍ମସମର୍ପଣ କରିଥିବା ଖବର ମିଳିଛି।

ସୂଚନା ଅନୁଯାୟୀ, ଆଶିଷ ପାଣ୍ଡେ ହାତରେ ବନ୍ଧୁକ ଧରି ଜଣେ ମହିଳାଙ୍କ ସହ ବଚସା କରୁଥିବା ବେଳେ କେହି ଜଣେ ମୋବାଇଲରେ ଘଟଣାର ଭିଡିଓ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଦେଇଥିଲା। ଏହି ଭିଡ଼ିଓ ଭାଇରାଲ୍‌ ହେବା ପରେ ପୁଲିସ ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁତ୍ର ଆଶିଷଙ୍କ ନାମରେ ଆର୍ମ ଆକ୍ଟର ମାମଲା ରୁଜୁ କରି ତାଙ୍କୁ ଖୋଜୁଥିଲା।

ଭିଡ଼ିଓରେ ଆଶିଷ ଏକ ଗୋଲାପି ରଙ୍ଗର ପ୍ୟାଣ୍ଟ୍‌ ଓ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳୁଛନ୍ତି। ତାଙ୍କ ସହ ଜଣେ ଯୁବତୀ ଥିବା ମଧ୍ୟ ଦେଖିବାକୁ ମିଳିଛି। ହୋଟେଲ୍‌ ସାମ୍ନାରେ ସେ ହାତରେ ବନ୍ଧୁକ ଧରି ଜଣେ ମହିଳାଙ୍କ ସହ ବଚସା କରୁଥିବା ନଜର ଆସିଛନ୍ତି। ଏହାପରେ ହୋଟେଲ କର୍ମଚାରୀମାନେ ତାଙ୍କୁ ବୁଝାଶୁଝା କରି ଘଟଣାସ୍ଥଳରୁ ନେଇଯାଉଥିବା ଭିଡିିଓରେ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe