Image Courtesy of NDTV
ମୁମ୍ବାଇ: ୬ ବର୍ଷ ତଳେ ମୁମ୍ବାଇର ଉପନଗରୀ ମୁଲୁଣ୍ଡରେ ଯୌତୁକ ନିମନ୍ତେ ନିର୍ଯାତନା ଦେଇ ସ୍ତ୍ରୀଙ୍କୁ ପୋଡ଼ି ମାରିଥିବା କାରଣରୁ ଜଣେ ୩୩ ବର୍ଷିୟ ପୂର୍ବତନ ଦମକଳ କର୍ମଚାରୀଙ୍କୁ ସେସନ୍ କୋର୍ଟ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।
କୃତ ଅପରାଧ ନିମନ୍ତେ ବୁଧବାର ଦିନ ଅତିରିକ୍ତ ସେସନ୍ ଜଜ୍ ଏ. ବି. ଶର୍ମା ଅଭିଯୁକ୍ତ ଲଖନ୍ ଗାଇକ୍ୱାର୍ଡଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ପୋଡ଼ି ମାରିଥିବାରୁ ଭାରତୀୟ ଦଣ୍ଡବିଧି ଅନୁସାରେ ସେ ଦଣ୍ଡାଦେଶ ଶୁଣାଇଥିଲେ।
ଏହି ମାମଲାର ସବିଶେଷ ବିବରଣୀ ଶୁକ୍ରବାର ଦିନ ମିଳିଥିଲା।
Image Courtesy of Asianet News Teleguସ୍ବତନ୍ତ୍ର ସରକାରୀ ଓକିଲ ଗୀତା ଶର୍ମାଙ୍କ ନେତୃତ୍ବରେ ଏହି ମାମଲାର ବିଚାର ଚାଲିଥିଲା। ଅଭିଯୋଗ ଅନୁସାରେ, ସ୍ତ୍ରୀ ମନୀଷାଙ୍କୁ ଗାଇକ୍ୱାଡ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।
୨୦୧୭ ଅକ୍ଟୋବର ମାସରେ ଅଭିଯୁକ୍ତ ସ୍ତ୍ରୀଙ୍କ ଉପରେ ଥିନର୍ ଢାଳି ନିଆଁ ଲଗାଇ ତାଙ୍କୁ ପୋଡ଼ି ମାରି ପକାଇଥିଲେ। ଘଟଣାର ଗୋଟିଏ ଦିନ ପରେ ଗାଇକ୍ୱାଡ୍ଙ୍କୁ ଗିରଫ କରାଯାଇ ସେବେଠାରୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା।
ଦାଖଲ କରିଥିବା ସତ୍ୟପାଠରେ ପୀଡ଼ିତାଙ୍କ ମାଆ ଅଦାଲତଙ୍କୁ ସୂଚନା ଦେଇଥିଲେ ଯେ, ବିବାହ ସମୟରେ ଅଭିଯୁକ୍ତ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ, କିନ୍ତୁ ସେ ଦେଇ ପାରି ନ ଥିଲେ। ତେଣୁ, ଗାଇକ୍ୱାର୍ଡ ଓ ତାଙ୍କ ପରିବାର ମନୀଷାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଦେଇଥିଲେ। ମନୀଷାଙ୍କୁ ଉପବାସ ରଖାଇବା ସହ ଲୁଗାପଟା ବି ଦେଉ ନ ଥିଲେ।
ପ୍ରମାଣ ଅଭାବରୁ ମନୀଷାଙ୍କ ଶାଶୂଶଶୁରଙ୍କ ସମେତ ଏହି ମାମଲାରେ ଆଉ ୪ଜଣ ଅଭିଯୁକ୍ତଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି।
ଦୋଷୀ ଗାଇକ୍ୱାର୍ଡଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୭୦୦୦ ଟଙ୍କା ଜରିମାନା କରାଯାଇଛି।
Follow Us