ତେବେ ଅହମଦାବାଦ ବିମାନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୫୦ ମୃତଦେହର ଡିଏନଏ ଟେଷ୍ଟ କରାଯାଇଥିବା ବେଳେ ୮୦ଟି ମୃତଦେହର ପରିଚୟ ମିଳିପାରିଛି । ୩୩ ଜଣଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଡିଏନଏ ରିପୋର୍ଟ ମ୍ୟାଚ୍‌ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ରୁପାଣୀଙ୍କ ବାସଭବନକୁ ଯାଇ ଡିଏନଏ ରିପୋର୍ଟ ମେଳ ଖାଇଥିବା ତାଙ୍କ ପରିବାରକୁ ଜଣାଇଥିଲେ। ରାଜକୋଟରେ ଅନ୍ତିମ ସଂସ୍କାର ପାଇଁ ରାଜ୍ୟ ସରକାର ପରିବାରକୁ ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।