ସୁଖବିନ୍ଦରଙ୍କୁ ପରିହାସ କରି ସମୋସୋ ପାର୍ଟି ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶୁକ୍ରବାର ବିଜେପି କର୍ମୀଙ୍କ ପାଇଁ ଏକ ସମୋସା ପାର୍ଟିର ଆୟୋଜନ କରିଥିଲେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ପରିହାସ କରିବାକୁ ସେ ଏହି ସମୋସା ପାର୍ଟିର ଆୟୋଜନ କରିଥିବା ଜାଣିବାକୁ ମିଳିଛି। 

samosha

ସିମ୍‌ଲା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶୁକ୍ରବାର ବିଜେପି କର୍ମୀଙ୍କ ପାଇଁ ଏକ ସମୋସା ପାର୍ଟିର ଆୟୋଜନ କରିଥିଲେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ପରିହାସ କରିବାକୁ ସେ ଏହି ସମ‌ୋସା ପାର୍ଟିର ଆୟୋଜନ କରିଥିବା ଜାଣିବାକୁ ମିଳିଛି। 

ଯେହେତୁ ସୁଖବିନ୍ଦର ସିଂ ସୁଖୁ ତାଙ୍କ ବଦଳରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଦିଆଯାଇଥିବା 'ସାମୋସା'ର ସିଆଇଡି ଯାଞ୍ଚ କରିବାକୁ କହି ଚର୍ଚ୍ଚାର ପରିସରରେ ରହିଛନ୍ତି, ତାହାକୁ ପରିହାସ କରି ଏହି ପାର୍ଟି ଆୟୋଜନ କରାଯାଇଥିଲା।

ପ‌ାର୍ଟି ସମୟରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦର୍ଶାଯାଇଛି ଯେ ହିମାଚଳ ପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଠାକୁର ଲୋକପ୍ରିୟ ସମ‌ୋସାର ସ୍ବାଦ ନେଇ ଉପଭୋଗ କରୁଛନ୍ତି ଏବଂ ବିଜେପି କର୍ମୀଙ୍କ ସହ କଥା ହେଉଛନ୍ତି।

ହିମାଚଳ ପ୍ରଦେଶରେ ସାମୋସାକୁ ନେଇ ଏକ ବିବାଦ ଦେଖାଦେଇଥିଲା। ଘଟଣାଟି ହେଉଛି, ମୁଖ୍ୟମନ୍ତ୍ରୀ ସୁଖୁ ଯୋଗ ଦେଇଥିବା ଏକ ଇଭେଣ୍ଟରୁ ସମାସୋ ନିଖୋଜ ହୋଇଯିବା ପରେ ଏହାକୁ ନେଇ ଖୋଳତାଢ଼ ହୋଇଥିଲା।

ଏହି କାର୍ଯ୍ୟକ୍ରମ ସିଆଇଡି ମୁଖ୍ୟାଳୟରେ ହୋଇଥିଲା; ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବାକୁ ଥିବା ଜଳଖିଆ ବକ୍ସ ନିଖୋଜ ହୋଇଯାଇଥିଲା। ନିଖୋଜ ସାମୋସା ମାମଲାର ସିଆଇଡି ତଦନ୍ତ ଆରମ୍ଭ କରିବାକୁ ସୁଖବିନ୍ଦର ସିଂ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା।

ତେବେ ସିଆଇଡି ଅଧିକାରୀମାନେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି। କହିଛନ୍ତି କି ଏହା ଏକ ଆଭ୍ୟନ୍ତରୀଣ ମାମଲା। ଏହାକୁ ନେଇ ବେଶି ଆଲୋଚନା ନକରାଯାଉ। ହିମାଚଳ ପ୍ରଦେଶ ସିଆଇଡିର ମହାନିର୍ଦ୍ଦେଶକ ସଞ୍ଜୀବ ରଂଜନ କହିଛନ୍ତି ଯେ ବରାଦ ହୋଇଥିବା ଜଳଖିଆ ବକ୍ସ ନମିଳିବାରୁ ତାହା କୁଆଡ଼େ ଗଲା ବାସ୍‌ ସାଧାରଣ ଭାବେ ପଚରା ଯାଇଛି। ତାହାକୁ ଅତିରଞ୍ଜିତ କରାନଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe