ଶାହ ଫଏଜଲ୍‌ଙ୍କୁ ଦିଲ୍ଲୀରୁ କଶ୍ମୀର ଫେରାଗଲା

ଶାହ ଫଏଜଲ୍‌ଙ୍କୁ ଦିଲ୍ଲୀରୁ କଶ୍ମୀର ଫେରାଗଲା

Deccan Herald

ଶ୍ରୀନଗର : ପୂର୍ବତନ ଆଇଏଏସ୍‌ ଅଫିସର ଶାହ ଫଏଜଲ୍‌ଙ୍କୁ ଆଜି ଦିଲ୍ଲୀ ବିମାନବନ୍ଦରରୁ କଶ୍ମୀର ଫେରାଇ ଦିଆଯାଇଛି। ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ଫଏଜଲ୍‌ ଆଜି ଇସ୍ତାନବୁଲ୍‌ ଗସ୍ତରେ ଯିବାପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କୁ ଶ୍ରୀନଗର ପଠାଯାଇଥିଲେ ମଧ୍ୟ ସରକାରୀ ସୁରକ୍ଷା ଆଇନ ଅଧୀନରେ ତାଙ୍କୁ ଗୃହବନ୍ଦୀ ରଖାଯାଇଛି। ଫଏଜଲ୍‌ ଭାରତୀୟ ପ୍ରଶାସନିକ ସେବା ଚାକିରି ଛାଡ଼ିବାପ‌ରେ ଏକ ରାଜନୈତିକ ଦଳ ଗଢ଼ିଛନ୍ତି। ଫଏଜଲ୍‌ ଜେକେ ପିପୁଲ୍ସ ମୁଭମେଣ୍ଟ୍‌ ପାର୍ଟିର ଅଧ୍ୟକ୍ଷ। ଜମ୍ମୁ କଶ୍ମୀର ସଂକ୍ରାନ୍ତ ଧାରା ୩୭୦ ଉ‌‌ଚ୍ଛେଦ ନେଇ ଫଏଜଲ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏକ ଟ୍ବିଟ୍‌ ମାଧ୍ୟମରେ ଫଏଜଲ କହିଥିଲେ ‌ଯେ ଜମ୍ମୁ କଶ୍ମୀର ଲୋକମାନଙ୍କ ପାଇଁ ଏବେ ୨ଟି ଉପାୟ ଅଛି। ଗୋଟିଏ ହେଉଛି କଣ୍ଢେଇ ହେବା ନଚେତ୍‌ ବିଚ୍ଛିନତାବାଦର ରାସ୍ତା ବାଛିବା। ତାଙ୍କର ଉତ୍ତେଜନା ସୃଷ୍ଟିକାରୀ ବୟାନକୁ ବିଭିନ୍ନ ସଂଗଠନ ବିରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe