ଭିନେଶଙ୍କ ଘରେ ପହଞ୍ଚି ଗଙ୍ଗାଜଳ ପିଆଇଲେ ପୂର୍ବତନ କବାଡ଼ି ଓ ହକି ଖେଳାଳି

Advertisment
ଭିନେଶଙ୍କ ଘରେ ପହଞ୍ଚି ଗଙ୍ଗାଜଳ ପିଆଇଲେ ପୂର୍ବତନ କବାଡ଼ି ଓ ହକି ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ପହଞ୍ଚିବା ସତ୍ତ୍ୱେ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ।  ଭିନେଶ ଫୋଗଟ ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ।

ଏହାପରେ ଭିନେଶ କ୍ରୀଡ଼ା ପାଇଁ ଆର୍ବିଟ୍ରେଶନ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ କିନ୍ତୁ ଏଥିରୁ ତାଙ୍କୁ କିଛି ସୁଫଳ ମିଳି ନଥିଲା। ଗତ ଶନିବାର ଭିନେଶ ଭାରତ ଫେରି ଆସିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରୁ ନିରାଶ ହୋଇ ଭାରତ ଫେରିବା ପରେ ତାଙ୍କୁ ମିଳୁଥିବା ସମର୍ଥନ ଦେଖି ସେ ଭାବବି‌ହ୍ବୋଳ ହୋଇପଡ଼ିଛନ୍ତି।

ଗତକାଲି କବାଡ଼ି ଓ ହଳିର ପୂର୍ବତନ ଖେଳାଳିମାନଙ୍କ ଏକ ଦଳ ଭିନେଶଙ୍କ ଘରେ ପହଞ୍ଚିଥିଲା। ସେମାନେ ସେଠାରେ ଭିନେଶଙ୍କୁ ଗଙ୍ଗାଜଳ ପିଆଇ ନିଜନିଜର ସମର୍ଥନ ଜଣାଇଥିଲେ। ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଭିନେଶଙ୍କ ଘରେ ପହଞ୍ଚିଥିବା ଖେଳାଳିମାନେ ପାଦରେ ଚାଲିଚାଲି ହରିଦ୍ବାର ଯାଇ ଏହି ଗଙ୍ଗା ଜଳ ସଂଗ୍ରହ କରିଥିଲେ। ଭିନେଶ ତାଙ୍କ ଗ୍ରାମରେ ପହଞ୍ଚିବା ପରେ ପୂର୍ବତନ ଖେଳାଳିମାନେ ଉକ୍ତ ଗଙ୍ଗାଜଳ ସହ ପହଞ୍ଚି ସମର୍ଥନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe