ଅନିଲ ଦେଶମୁଖଙ୍କ ବିରୋଧରେ ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟ ଗଲେ ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂ

Advertisment
ଅନିଲ ଦେଶମୁଖଙ୍କ ବିରୋଧରେ ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟ ଗଲେ ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂ

Republic India

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରି ମୁମ୍ବାଇ ପୁଲିସର ପୂର୍ବତନ ମୁଖ୍ୟ ପରମବୀର ସିଂ ଆଜି (ସୋମବାର) ସୁପ୍ରିମକୋର୍ଟରେ ଏକ ଯାଚିକା ଆଗତ କରିଛନ୍ତି।

ଟ୍ରାନ୍‌ସଫର ଏବଂ ପୋଷ୍ଟିଂରେ ଭୁଲ ଅଭିଯୋଗ କରି ରଶ୍ମି ଶୁକ୍ଲାଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟର ତଦନ୍ତ ମଧ୍ୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରାଇବା ପାଇଁ ପରମବୀର ସିଂ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ମୁମ୍ବାଇରେ ଥିବା ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବାସଭବନର ସିସିଟିଭି ଫୁଟେଜ୍‌ ସଂଗ୍ରହ ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଏହି ମାମଲା ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହେବା ପରେ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ପରମବୀର ସିଂଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ହାଜର ହୋଇଛନ୍ତି।

ଆଗତ ଯାଚିକାରେ ପରମବୀର ସିଂ ମୁମ୍ବାଇ ପୁଲିସ କମିସନର ପଦରୁ ତାଙ୍କ ସ୍ଥାନାନ୍ତର ଉପରେ ରହିତାଦେଶ ଜାରି ପାଇଁ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ଆବେଦନରେ ପ୍ରମାଣ ନଷ୍ଟ ହେବା ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିଭିନ୍ନ ଦୁର୍ନୀତିଗ୍ରସ୍ତ କାର୍ଯ୍ୟର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି ପରମବରୀ ସିଂ।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ସପ୍ତାହ ତଳେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ବାହାରେ ପାର୍କିଂ ହୋଇଥିବା ଏକ ବିସ୍ଫୋରକ ସାମଗ୍ରୀରେ ପୂର୍ଣ୍ଣ ଏସୟୁଭି ଜବତ ହେବା ଘଟଣାର ତଦନ୍ତ ଏନଆଇଏ ଦ୍ୱାରା କରାଯାଉଥିଲା। ଏହି ତଦନ୍ତ କାଳରେ ମୁମ୍ବାଇ ପୁଲିସ୍‌ ମୁଖ୍ୟ ପରମବୀର ସିଂହଙ୍କୁ ଗତ ସପ୍ତାହରେ ମୁମ୍ବାଇ ପୁଲିସ କମିଶନର ପଦରୁ ସ୍ଥାନାନ୍ତର କରାଯାଇଥିଲା।

ପୁଲିସ କମିଶନର ପଦରୁ ସ୍ଥାନାନ୍ତର ହେବାପରେ ଗତ ସପ୍ତାହରେ ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ବିସ୍ଫୋରକ ଚିଠି ଲେଖିଥିଲେ। ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମୁମ୍ବାଇର ବାର ଏବଂ ହୋଟେଲରୁ ୫୦ରୁ ୬୦କୋଟି ଟଙ୍କା ସହିତ ଗିରଫ ପୁଲିସ୍‌ ଅଧିକାରୀ ସଚିନ ଭେଜ ଏବଂ ଅନ୍ୟ ପୁଲିସ ଅଧିକାରୀଙ୍କୁ ମାସିକ ୧୦୦ କୋଟି ଟଙ୍କାର ବଟି ସଂଗ୍ରହ କରିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe