ସ୍ୱତନ୍ତ୍ର ଅଦାଲତ ଶୁଣାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଚାଲେଞ୍ଜ କରି ପାକିସ୍ତାନ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହେଲେ ପୂର୍ବତନ ପାକ୍‌ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌

Advertisment
ସ୍ୱତନ୍ତ୍ର ଅଦାଲତ ଶୁଣାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଚାଲେଞ୍ଜ କରି ପାକିସ୍ତାନ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହେଲେ ପୂର୍ବତନ ପାକ୍‌ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌

ଇସ୍‌ଲାମାବାଦ: ପାକିସ୍ତାନର ଆତ୍ମ ନିର୍ବାସିତ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କୁ ରାଷ୍ଟ୍ରଦ୍ରୋହ ମାମଲାରେ ପାକିସ୍ତାନର ଏକ ସ୍ୱତନ୍ତ୍ର ଅଦାଲତ ଶୁଣାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଚାଲେଞ୍ଜ କରି ମୁସାରଫ୍‌ ଏହା ବିରୋଧରେ ପାକିସ୍ତାନ ସୁପ୍ରିମ୍‌ କୋର୍ଟରେ ଆଜି ଏକ ମାମଲା ଆଗତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ୍‌ ଲିଗ୍‌- ନଓ୍ଵାଜ୍‌ (ପିଏମ୍‌ଏଲ୍‌-ଏନ୍‌) ସରକାର ଗତ ୨୦୧୩ରେ ପାକିସ୍ତାନର ଏହି ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କ ବିରୋଧରେ ଏକ ରାଷ୍ଟ୍ରଦ୍ରୋହ ମାମଲା ଆଗତ କରିଥିଲେ। ନଭେମ୍ବର ୨୦୦୭ରେ ମୁସାରଫ୍‌ ଅଗଣତାନ୍ତ୍ରିକ ଭାବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଶାସନ କ୍ଷମତାକୁ ନିଜ ହାତକୁ ନେଇ ଯାଇଥିବାରୁ ତାଙ୍କ ବିରୋଧରେ ନଓ୍ଵାଜ ସରିଫ୍‌ଙ୍କ ସରକାର ଦେଶଦ୍ରୋହ ମାମଲା ଆଗତ କରିଥିଲେ। ୨୦୧୪ରେ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

publive-image Dawn

ତେବେ, ମୁସାରଫ୍‌ ୨୦୧୬ ମାର୍ଚ୍ଚରେ ଚିକିତ୍ସା ପାଇଁ ଦୁବାଇ ଚାଲି ଯାଇଥିଲେ ଏବଂ ସେବେଠାରୁ ସେ ଆଉ ପାକିସ୍ତାନକୁ ଫେରିନାହାନ୍ତି। ମୁସାରଫ୍‌ ବାରମ୍ବାର କୋର୍ଟରେ ହାଜର ହେବାରେ ବିଫଳ ହେବାରୁ ତାଙ୍କୁ ପଳାତକ ଘୋଷଣା ମଧ୍ୟ କରାଯାଇଥିଲା। ପରେ ଗତ ଡିସେମ୍ବର ୧୭ ତାରିଖରେ ଇସ୍‌ଲାମାବାଦର ଏକ ସ୍ୱତନ୍ତ୍ର ଅଦାଲତ ଏହି ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରି ମୁସାରଫଙ୍କୁ ରାଷ୍ଟ୍ରଦ୍ରୋହ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ।

ହେଲେ, ମୁସାରଫ୍‌ ଏହି ରାୟକୁ ଚ୍ୟାଲେଞ୍ଜ କରି ପାକିସ୍ତାନ ସୁପ୍ରିମ୍‌ କୋର୍ଟରେ ଆଜି ଏକ ମାମଲା ଆଗତ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe