ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣାର ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣାର ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

Hindustan Times

ନୂଆଦିଲ୍ଲୀ: ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହାଇଦ୍ରାବାଦର ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାରେ ସଂପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ତେଲେଙ୍ଗାନା ରାଜ୍ୟ ପୁଲିସ୍‌ ଏନ୍‌କାଉଣ୍ଟର କରିବା ଘଟଣାର ତଦନ୍ତ ସୁପ୍ରିମ୍‌ କୋର୍ଟର ଜନୈକ ଅବସରପ୍ରାପ୍ତ ବିଚାରପତି କରିପାରନ୍ତି। ଏଥିପାଇଁ ସୁପ୍ରିମ୍‌ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନାମ ସୁପାରିସ୍‌ କରିବା ପାଇଁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡ଼େ ତେଲେଙ୍ଗାନା ରାଜ୍ୟ ସରକାରଙ୍କୁ ଆଜି (ବୁଧବାର) ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଚାରି ଅପରାଧୀଙ୍କୁ ତେଲେଙ୍ଗାନା ପୁଲିସ୍‌ ଘଟଣାସ୍ଥଳକୁ ନେଇ ଗତସପ୍ତାହରେ ତଦନ୍ତ ଚଳାଇଥିବା ବେଳେ ଅପରାଧୀମାନେ ପୁଲିସ୍‌ ଉପରେ ଆକ୍ରମଣ କରିବା ସହ ଘଟଣାସ୍ଥଳରୁ ଫେରାର୍‌ ହୋଇଯିବାକୁ ଉଦ୍ୟମ କରିଥିଲେ। ଫଳରେ ପୁଲିସ୍‌ ନିଜର ଆତ୍ମରକ୍ଷା ପାଇଁ ସେମାନଙ୍କୁ ଏନ୍‌କାଉଣ୍ଟର କରିଥିଲା, ଯେଉଁଥିରେ ଚାରି ଅପରାଧୀଙ୍କର ମୃତ୍ୟୁ ହୋଇଯାଇଥିଲା।

publive-image NDTV

ତେବେ, ତେଲେଙ୍ଗାନା ପୁଲିସ୍‌ ପକ୍ଷରୁ କରାଯାଇଥିବା ଏହି ଏନ୍‌କାଉଣ୍ଟର ଘଟଣାକୁ ବିରୋଧ କରିବା ସହ ଏହି ଘଟଣାର ଏକ ବିଚାର ବିଭାଗୀୟ ତଦନ୍ତ ଦାବୀ କରି ଜି ଏସ୍‌ ମାନୀ ଓ ପ୍ରଦୀପ କୁମାର ଯାଦବ ନାମକ ଦୁଇଜଣ ଆଇନ୍‌ଜୀବୀ ସୁପ୍ରିମ୍‌ କୋର୍ଟରେ ଏକ ମାମଲା ଆଗତ କରିଥିଲେ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡ଼େ ଆଜି ଏହି ମାମଲାର ବିଚାର କରି ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପି ଭି ରେଡ୍ଡୀ କରନ୍ତୁ ବୋଲି ଚାହୁଁଥିଲେ। ମାତ୍ର, ଜଷ୍ଟିସ୍‌ ପିଭି ରେଡ୍ଡୀ ଏବେ ତେଲେଙ୍ଗାନା ବାହାରେ ଥିବାରୁ ଅନ୍ୟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନାମ ସୁପାରିସ୍‌ କରିବା ପାଇଁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡ଼େ ତେଲେଙ୍ଗାନା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe