‘ପୂର୍ବତନ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର ବିକାଶ କ୍ଷେତ୍ରରେ ଯୋଗ ଦିଅନ୍ତୁ’

କୁଶାଭାଉଁ ଠାକରେ ସାମ୍ବାଦିକତା ଓ ଜନସଂଚାର ବିଶ୍ବବିଦ୍ୟାଳୟର କୁଳପତି ମହାଦେବ କୱରେ ଏଲୁମିନି ସମ୍ମିଳନୀକୁ ବିଶ୍ବବିଦ୍ୟାଳୟର ଇତିହାସରେ ଏକ ମହତ୍ବପୂର୍ଣ୍ଣ ବୋଲି କହିଛନ୍ତି।

KTU

ରାୟପୁର: କୁଶାଭାଉଁ ଠାକରେ ସାମ୍ବାଦିକତା ଏବଂ ଜନସଞ୍ଚାର ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ (ଏଲୁମିନି) ଦ୍ବାରା ରବିବାର ନିଜର ପ୍ରଥମ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ ରାଜ୍ୟର ୨୫ତମ ବାର୍ଷିକ ସମ୍ମିଳନୀର ଏକ ଅଂଶବିଶେଷ ଭାବେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ବିଶ୍ବବିଦ୍ୟାଳୟର କାଠାଡିହି ପରିସରରେ ଆୟୋଜନ କରାଯାଇଛି। ଏହି ସମାରୋହରେ ୨୦୦୭ରୁ ୨୦୨୫ ପର୍ଯ୍ୟନ୍ତ ଏଠାରେ ଅଧ୍ୟୟନ କରିଥିବା ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।  

KTU1

ମୁଖ୍ୟ ଅତିଥି ତଥା କୁଶାଭାଉଁ ଠାକରେ ସାମ୍ବାଦିକତା ଓ ଜନସଂଚାର ବିଶ୍ବବିଦ୍ୟାଳୟର କୁଳପତି ମହାଦେବ କୱରେ ଏହି ସମ୍ମିଳନୀକୁ ବିଶ୍ବବିଦ୍ୟାଳୟର ଇତିହାସରେ ଏକ ମହତ୍ବପୂର୍ଣ୍ଣ ବୋଲି କହିଛନ୍ତି। ସେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ସ୍ବୀକାର କରିବା ସହ ସମ୍ବୋଧିତ କରି କହିଥିଲେ, ପୂର୍ବତନ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର ବିକାଶ କ୍ଷେତ୍ରରେ ଯୋଗଦାନ ଦିଅନ୍ତୁ। ସେ ଆଶା ବ୍ୟକ୍ତ କରିଥିଲେ ଯେ, ଏହି ଆୟୋଜନ ପୂର୍ବତନ ଛାତ୍ର ଓ ବିଶ୍ବବିଦ୍ୟାଳୟ ମଧ୍ୟରେ ଶକ୍ତିଶାଳୀ ସଂପର୍କ ସ୍ଥାପନ କରିବ। ଏହା ଦ୍ବାରା ବିଶ୍ବବିଦ୍ୟାଳୟ ସମୃଦ୍ଧ ହେଇପାରିବ।  

କୁଳସଚିବ ସୁନୀଲ କୁମାର ଶର୍ମା ପୁରାତନ ଛାତ୍ରଙ୍କ ଠାରୁ ସହଯୋଗ ପାଇଁ ଅପିଲ କରିଥିଲେ। ସେ ନବଗଠିତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନିଜର ଯୋଜନା ମାଧ୍ୟମରେ ବିଶ୍ବବିଦ୍ୟାଳୟର ଉନ୍ନତିରେ ସହ‌ଯୋଗ କରିବା ପାଇଁ ସକରାତ୍ମକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

KTU2

ପୂର୍ବତନ ଛାତ୍ର ସଂଯୋଜକ ଏବଂ ବିଶ୍ବବିଦ୍ୟାଳୟର ପ୍ରଫେସର ଆଶୁତୋଷ ମଣ୍ଡାବୀ ଛାତ୍ରଛାତ୍ରୀଙ୍କ ସହିତ ନିଜର ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ ଏବଂ ସମ୍ମିଳନୀର ସଫଳତା ଉପରେ ନଜିର ଖୁସି ବାଣ୍ଟିବା ସହିତ ସେ ଆଶା କରିଥିଲେ ଯେ, ପୂର୍ବତନ ଛାତ୍ରଛାତ୍ରୀ ଏହିଭଳି ଭାବେ ଆୟୋଜନକୁ ଭବ୍ୟସ୍ତରରେ ଆୟୋଜନ ଜାରି ରଖିବେ। 

KTU4

ପୂର୍ବତନ ଛାତ୍ର ଡା. ସଂଜୟ ଶେଖର, ହନୀ ବଗ୍ଗା, ଅନନ୍ତ ବର୍ମା ଓ ରାଖୀ ସହାରେ ମଧ୍ୟ ନିଜର ପୁରୁଣା ଦିନକୁ ମନେ ପକାଇଥିଲେ ଏବଂ ବିଶ୍ବବିଦ୍ୟାଳୟକୁ ଉତ୍ତମ କରିବା ପାଇଁ ନିଜର ମତ ବିନିମୟ କରିଥିଲେ। କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ‘ମା’ଙ୍କ ନାମରେ ଗୋଟିଏ ଗଛ’ ଶିର୍ଷକ ବୃକ୍ଷରୋପଣ ଅଭିଯାନ ଥିଲା। ପ୍ରତ୍ୟେକ ପୁରାତନ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଗୋଟିଏ ଲେଖାଏଁ ଗଛ ଲଗାଇଥିଲେ। ସମାରୋହରେ ଯୋଗ ଦେଇଥିବା ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଡା. କେ.ଏନ୍‌ କିଶୋର, ଡା. ବିଚିତ୍ରାନନ୍ଦ ପଣ୍ଡା, ବିନୋଦ ସାୱନ୍ତ, ପୂନମ ଦୀୱାନ, ଅଭିଷେକ ଗୋସ୍ବାମୀ, ବଲୱନ୍ତ ଖନ୍ନା, ଆକୃତି ଉପାଧ୍ୟାୟ, ଲୀନିମା ସାହୁ, ଦେବବ୍ରତ ଭଗତ, ସଂନ୍ଦୀପ ପ୍ରଧାନ, ଟିକେଶ୍ବର ପଟେଲ, ରାଜକୁମାର ଦାସ, ଗୁଲଶନ ବର୍ମା ଓ ଗଜଲ ଶର୍ମା ଏହି କାର୍ଯ୍ୟକ୍ରମର ସଫଳ ନେତୃତ୍ବ ନେଇଥିଲେ। 

 Education

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe