କଡ଼ା ସର୍ତ୍ତରେ ଜାମିନ୍‌ ପାଇଲେ ସେନ୍ଥିଲ୍‌ ବାଲାଜୀ

Advertisment

ଅର୍ଥ ଦୁର୍ନୀତ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି ସେନ୍ଥିଲ୍‌ ବାଲାଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଜାମିନ୍‌ ପ୍ରଦାନ କରି କହିଛନ୍ତି ଯେ ଜାମିନକୁ ନେଇ କଠୋରତା ଏବଂ ବିଚାରରେ ବିଳମ୍ବ ଏକାସାଥୀରେ ଗ୍ରହଣଯୋଗ୍ୟ ନୁହେଁ।

Updated On

ଅର୍ଥ ଦୁର୍ନୀତ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି ସେନ୍ଥିଲ୍‌ ବାଲାଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଜାମିନ୍‌ ପ୍ରଦାନ କରି କହିଛନ୍ତି ଯେ ଜାମିନକୁ ନେଇ କଠୋରତା ଏବଂ ବିଚାରରେ ବିଳମ୍ବ ଏକାସାଥୀରେ ଗ୍ରହଣଯୋଗ୍ୟ ନୁହେଁ।

ଅଦ୍ୟତନ ହୋଇଛି
Senthil

ଚେନ୍ନଇ: ଅର୍ଥ ଦୁର୍ନୀତ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି ସେନ୍ଥିଲ୍‌ ବାଲାଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଜାମିନ୍‌ ପ୍ରଦାନ କରି କହିଛନ୍ତି ଯେ ଜାମିନକୁ ନେଇ କଠୋରତା ଏବଂ ବିଚାରରେ ବିଳମ୍ବ ଏକାସାଥୀରେ ଗ୍ରହଣଯୋଗ୍ୟ ନୁହେଁ।

ଚାକିରି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗତ ବର୍ଷ ଜୁନ୍ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ବାଲାଜୀଙ୍କୁ ଜାମିନ୍‌ ପ୍ରଦାନ କରିବା ବେଳେ ଜଷ୍ଟିସ୍ ଏସ୍ ଓକା ଏବଂ ଏଜି ମାସିହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କିଛି କଠୋର ସର୍ତ୍ତ ରଖିଛନ୍ତି। 

ସର୍ବୋଚ୍ଚ ଅଦାଲତ କହିଛନ୍ତି, "ଆମେ ଅନେକ କଠୋର ସର୍ତ୍ତ ରଖି ଜାମିନ୍‌ ପ୍ରଦାନ କରୁଛୁ। ସେଥିପାଇଁ ବିଚାର ପ୍ରକ୍ରିୟାରେ ବିଳମ୍ବ ଆଦୌ ବି ଗ୍ରହଣୀୟ ନୁହେଁ।’’

ଗତ ଫେବ୍ରୁଆରି ୨୮ ତାରିଖରେ ମାଦ୍ରାସ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ବାଲାଜୀ ତାଙ୍କ ଜାମିନ ଆବେଦନ ସହିତ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ।

ପୂର୍ବରୁ ଇଡିର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ବାଲାଜୀଙ୍କ ପ‌ାଇଁ ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତାଗି ଓ ସିଦ୍ଧାର୍ଥ ଲୁଥ୍ରାଙ୍କ ଶୁଣାଣି ପରି ଅଦାଲତ ଅଗଷ୍ଟ ୧୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। 

ମାଦ୍ରାସ ହାଇକୋର୍ଟ ବାଲାଜୀଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ଯେ ‘‘ଯଦି ଏହି ପ୍ରକାରର ମାମଲାରେ ତାଙ୍କୁ ଜାମିନ ମିଳିଯାଏ। ତେବେ ଏହା ଜନସାଧାରଣଙ୍କ ସ୍ୱାର୍ଥ ବିରୁଦ୍ଧରେ ଏକ ଭୁଲ୍‌ ସଂକେତ ହେବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe