ପିଏମ୍‌ କିଷାନ ଯୋଜନା ଅର୍ଥ ପୂର୍ବତନ ଟ୍ରାଇ ମୁଖ୍ୟଙ୍କ ବ୍ୟାଙ୍କ୍‌ ଖାତାରେ ଜମାହେଲା

Advertisment
ପିଏମ୍‌ କିଷାନ ଯୋଜନା ଅର୍ଥ ପୂର୍ବତନ ଟ୍ରାଇ ମୁଖ୍ୟଙ୍କ ବ୍ୟାଙ୍କ୍‌ ଖାତାରେ ଜମାହେଲା

ନୂଆଦିଲ୍ଳୀ: ଟେଲିକମ୍‌ ରେଗୁଲେଟାରି‌ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ)ର ପୂର୍ବତନ ମୁଖ୍ୟ ତଥା ୟୁଆଇଡିଏଆଇର ପୂର୍ବତନ ନିର୍ଦ୍ଦେଶକ ରାମ ସେବକ ଶର୍ମାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ପିଏମ୍‌ କିଷାନ ଯୋଜନାରୁ ଚଳିତବର୍ଷ ମାର୍ଚରୁ ଅଗଷ୍ଟ ମାସ ମଧ୍ୟରେ ୩ଟି କିସ୍ତିର ଟଙ୍କା ମିଳି ସାରିଲାଣି। ଏହି ସବୁ ଟଙ୍କା ‌ଆର୍‌ଏସ୍‌ ଶର୍ମାଙ୍କ ଦ୍ବାରା ପରିଚାଳିତ ଷ୍ଟେଟ୍‌ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଆସୁଛି।

ଶର୍ମା ମେଲ୍‌ ଲେଖି ଏକ ଗଣମାଧ୍ୟମ ସଂସ୍ଥାକୁ ଏ ‌ସଂପର୍କରେ ସୂଚନା ଦେଇଛନ୍ତି। ୨୦୦୦ ଟଙ୍କା ଲେଖାଏଁର ସେ ୩ଟି କିସ୍ତିରେ ପିଏମ୍‌ କିଷାନ ଯୋଜନାରୁ ଟଙ୍କା ପାଇ ସାରିଲେଣି ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ଶର୍ମା କହିଛନ୍ତି କି ପିଏମ୍‌ କିଷାନ ଯୋଜନାରେ ସେ ଯେତେବେଳେ ତାଙ୍କ ଆକାଉଣ୍ଟ୍‌ ପଞ୍ଜିକରଣ କରି ନାହାନ୍ତି, ଟଙ୍କା ତାଙ୍କ ଆକାଉଣ୍ଟ୍‌କୁ କିପରି ଆସୁଛି ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ଘଟଣା।

ପିଏମ୍‌ କିଷାନ ଯୋଜନା ରେକର୍ଡ ଅନୁସାରେ  ଯେଉଁ ଆକାଉଣ୍ଟକୁ ଟଙ୍କା ଯାଉଛି, ସେହି ଆକାଉଣ୍ଟ୍‌ ଚଳିତବର୍ଷ ଜାନୁଆରି ୮ ତାରିଖରୁ ଶର୍ମାଙ୍କ ନାମରେ ପିଏମ୍‌ କିଷାନ ଯୋଜନା ଅଧୀନରେ ଖୋଲାଯାଇଛି। ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ୯ ମାସରୁ ଅଧିକ ସମୟ ଧରି ଆକାଉଣ୍ଟ୍‌ଟି ସକ୍ରିୟ ରହିଛି ମଧ୍ୟ।

ଉଲ୍ଳେଖଯୋଗ୍ୟ, ଏପରି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ପୂର୍ବରୁ ମଧ୍ୟ ଅଭିନେତା ରିତେଶ ଦେଶମୁଖ, ଭଗବାନ ହନୁମାନ ଓ ଆଇଏସ୍‌ଆଇ ଗୁଇନ୍ଦା ମେହବୁବ୍‌ ଅଖତର୍‌ଙ୍କ ନାମରେ ଆକାଉଣ୍ଟ୍‌ ଖୋଲାଯାଇ ଏହି ସବୁ ନକଲି ଆକାଉଣ୍ଟ୍‌ରେ ଟଙ୍କା ଯାଉଥିବାର ଉଦାହରଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe