ଭୋଟର୍‌ ତାଲିକାରେ ନାମ ନଥିବାରୁ ଭୋଟ୍‌ ଦେଇ ପାରିଲେନି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଡେରାଡୁନରେ ପାହାଡ଼ିଆ ରାଜ୍ୟର ପୌର ସଂସ୍ଥା ନିର୍ବାଚନରେ ​​ଭୋଟ ଦେବା ପାଇଁ ବାହାରିଥିଲେ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ। ମାତ୍ର ଭୋଟର୍‌ ତାଲିକାରେ ତାଙ୍କ ନାମ ନଥିବାରୁ ସେ ମତଦାନ କରିପାରିନାହାନ୍ତି। 

www.ndtv.com୧୨୩୪୫

ଡେରାଡୁନ: କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମତଦାନ କରିବାରୁ ବଞ୍ଚିତ ହୋଇଛନ୍ତି। ଗୁରୁବାର ସକାଳେ ସେ ଡେରାଡୁନରେ ପାହାଡ଼ିଆ ରାଜ୍ୟର ପୌର ସଂସ୍ଥା ନିର୍ବାଚନରେ ​​ଭୋଟ ଦେବା ପାଇଁ ବାହାରିଥିଲେ ସତ, କିନ୍ତୁ ଭୋଟର୍‌ ତାଲିକାରେ ତାଙ୍କ ନାମ ନଥିବାରୁ ସେ ମତଦାନ କରିପାରିନାହାନ୍ତି। 

ସେ ଦୀର୍ଘଦିନ ଧରି ସହରର ବାସିନ୍ଦା ରହି ଆସିଥିବା ବେଳେ ୨୦୨୨ ମସିହା ବିଧାନସଭା ନିର୍ବାଚନରେ ଡେରାଡୁନ୍‌ର ନିରଞ୍ଜନପୁରରେ ମତଦାନ କରିଥିଲେ। ହେଲେ ଏଥର ଭୋଟ୍‌ ଦେବାକୁ ପହଞ୍ଚିଲା ବେ‌ଳକୁ ତାଙ୍କୁ କୁହାଯାଇଥିଲା  କି ଭୋଟ୍‌ର ତାଲିକାରେ ତାଙ୍କ ନାମ ନାହିଁ। ତେଣୁ ଆଉ କିଛି କରାଯାଇ ପାରିବନି।

କଂଗ୍ରେସର ଏହି ବରିଷ୍ଠ ନେତା ୨୦୦୯ ମସିହାରୁ ଡେରାଡୁନର ନିରଞ୍ଜନପୁରରୁ ଭୋଟ ଦେଇ ଆସୁଛନ୍ତି। ତେବେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମତଦାନ କରିବାର ଅଧିକାର ନରହିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

ସେ ଗଣମାଧ୍ୟମରେ ମତ ରଖି କହିଛନ୍ତି, ‘‘ମୁଁ ସକାଳଠାରୁ ଅପେକ୍ଷା କରିଛି। କିନ୍ତୁ ଯେଉଁ ମତଦାନ କେନ୍ଦ୍ରରେ ମୁଁ ଲୋକସଭା ନିର୍ବାଚନରେ ​​ଭୋଟ ଦେଇଥିଲି ସେଠାରେ ମୋର ନାମ ମିଳିଲା ନାହିଁ।’’ ବିଜେପି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି, "ମୁଁ ଅଧିକ ସତର୍କ ରହିବା ଉଚିତ ଥିଲା। ଜାଣିଛି ସେମାନେ ତାଲିକାରୁ ନାମ ଯୋଡିବା ଏବଂ କାଢିବାରେ ସାମିଲ ରୁହନ୍ତି।’’

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ୧୧ଟି ନଗର ନିଗମ, ୪୩ଟି ନଗର ପରିଷଦ ଏବଂ ୪୬ଟି ନଗର ପଞ୍ଚାୟତ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟରେ ବିଜେପି ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆଜି ସକାଳେ ସମସ୍ତ ଭୋଟରଙ୍କୁ ସେମାନଙ୍କର ମତାଧିକାର କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe