ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର; ଡାକ୍ତରଖାନାରେ ଭର୍ତ୍ତି

Advertisment
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର; ଡାକ୍ତରଖାନାରେ ଭର୍ତ୍ତି

Indian Express

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ସିପିଆଇ(ଏମ୍‌) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ୭୬ ବର୍ଷୀୟ ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କୁ ଚିକିତ୍ସା ପାଇଁ ବୁଧବାର ଅପରାହ୍ନରେ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ଜାଣିବା ପାଇଁ ମିଳିଛି। ଗତ କିଛି ମାସ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥାଇ ଅସୁସ୍ଥ ଥିବା ଶ୍ରୀ ଭଟ୍ଟାଚାର୍ଯ୍ୟ ଆଜି ଅପରାହ୍ନରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହୋଇପଡ଼ିଥିଲା।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ତାଙ୍କର ଚିକିତ୍ସା ଆରମ୍ଭ ହୋଇ ଯାଇଛ ଏବଂ ତାଙ୍କର ଅବସ୍ଥା ସ୍ଥିର ରହିଛି। ଆମେ ତାଙ୍କର ଚିକିତ୍ସା କରୁଛୁ। ଆମର ଫ୍ଲୁ କ୍ଲିନିକରେ ଆବଶ୍ୟକ ପରୀକ୍ଷା କରାଯାଉଛି, ଯାହା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ କି ନାହିଁ ତାହା ସ୍ଥିର କରିବୁ ବୋଲି ଘରୋଇ ଡାକ୍ତରଖାନାର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ବରିଷ୍ଠ ନେତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଚିନ୍ତା ପ୍ରକଟ କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଲେଖିଛନ୍ତି, ଶୁଣ ଚିନ୍ତିତ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଜୀଙ୍କୁ ଶ୍ୱାସ ଜନିତ ସମସ୍ୟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe